ଇଏ କେମିତିକା ଆନ୍ଦୋଳନ? ଐତିହ୍ୟ ଘୋଡ଼ା ଉପରେ ଚଢ଼ି ନାଚିଲେ

ଭୁବନେଶ୍ବର: ଦାବି ପୂରଣ ପାଇଁ ଗତକାଲି ପୂରା ରାଜଧାନୀକୁ କବ୍‌ଜା କରିନେଲେ ଓଡ଼ିଶା ଡ୍ରାଇଭର ମହାସଂଘର ଲକ୍ଷାଧିକ ଆନ୍ଦୋଳନକାରୀ। ହିଂସାକାଣ୍ଡ ଘଟାଇଲେ, ମାଡ଼ ମାରିଲେ। ଏମିତିକି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଐତିହ୍ୟ ଘୋଡ଼ା ଉପରକୁ ଚଢ଼ିଗଲେ। ଯାହାକୁ ରାଜଧାନୀର ପରିଚୟ କୁହାଯାଏ, ସେହି ଘୋଡ଼ା ଉପରେ ନାଚିଲେ, କୁଦିଲେ। ଏହା ବୁଦ୍ଧିଜୀବୀ, ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ନିଜର ହକ୍ ପାଇଁ ଆନ୍ଦୋଳନ କରିବା ସମସ୍ତଙ୍କର ଗାଣତାନ୍ତ୍ରିକ ଅଧିକାର। କିନ୍ତୁ ଐତିହ୍ୟକୁ ଏପରି ଅସମ୍ମାନ କରିବା ଲଜ୍ଜାଜନକ ଘଟଣା ବୋଲି ମତପ୍ରକାଶ ପାଇଛି। ମନ୍ଦିରମାଳିନୀ ଭୁବନେଶ୍ବରରେ ଐତିହ୍ୟ ଓ ସ୍ଥାପତ୍ୟକୁ କୁଠାରାଘାତ କରିବା ସହିତ ଅସମ୍ମାନ କରିବା ନିନ୍ଦନୀୟ ବୋଲି କହିଛନ୍ତି ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା।

ସମ୍ବନ୍ଧିତ ଖବର