ଭିମସାର୍‌ରେ ହ୍ବାଇଟ୍‌ ଫଙ୍ଗସ୍‌

ସମ୍ବଲପୁର : ଭିମ୍‌ସାର୍‌ କୋଭିଡ୍‌ ହସ୍‌ପିଟାଲ୍‌ରେ ଏକାଧିକ ହ୍ବାଇଟ୍‌ ଫଙ୍ଗସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ରୋଗୀ ମାନଙ୍କ ପାଟିରେ ଧଳା ଫିମ୍ପି ଭଳି ହୋଇ ଯାଇଥିବା ଜଣା ପଡ଼ିଛି। ଡାକ୍ତର ମାନେ ପାଟି ଦରଜ ଥିବା ରୋଗୀଙ୍କ ମୁହଁ ପରୀକ୍ଷା କରିବା ପରେ ଏଭଳି କିଛି ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଏହା ଏକ ସାଧାରଣ ରୋଗ ଓ କରୋନା ସହ ଏହାର ସିଧାସଳଖ ସଂପର୍କ ନାହିଁ ବୋଲି କହାଯାଉଛି।

ସାଧାରଣତଃ ପାଟିର ଯତ୍ନ ନେଉ ନଥିବା, ନିଶା ସେବନ କରୁଥିବା, କିଡ୍‌ନି, କ୍ୟାନ୍‌ସର, ସୁଗର, ଏଚ୍‌ଆଇଭି ଭଳି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ପାଟିରେ, ଗୁପ୍ତାଙ୍ଗରେ, ନଖ, ବାଳ ଆଦିରେ ଏଭଳି ଫଙ୍ଗସ୍‌ ଦେଖିବାକୁ ମିଳିଥାଏ। ବେଳେବେଳେ ଏହା ମସ୍ତିଷ୍କ ଓ ଫୁସ୍‌ଫୁସ୍‌ରେ ବି ବିକଶିତ ହୋଇଥାଏ ବୋଲି ଜଣେ ଡାକ୍ତର କହିଛନ୍ତି। ଉପଯୁକ୍ତ ଔଷଧ ଦେଇ ଚିକିତ୍ସା କଲେ ଏହା ସୁସ୍ଥ ହୋଇଯାଏ ବୋଲି ସେ କହିଛନ୍ତି। ଏ ସଂପର୍କରେ ନିର୍ଦ୍ଦେଶକ ପ୍ର. ଲଳିତ ମେହେରଙ୍କୁ ପଚାରିବାରୁ ହ୍ବାଇଟ୍‌ ଫଙ୍ଗସ୍‌ ଭଳି କୌଣସି ଶବ୍ଦ ଡାକ୍ତରୀ ପାଠରେ ନାହିଁ। ବ୍ଲାକ୍‌ ଫଙ୍ଗସ୍‌ ବି ପ୍ରକୃତରେ ଠିକ୍ ଶବ୍ଦ ନୁହେଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର