କୋଭିଡ୍ ହସ୍ପିଟାଲ୍‌ରେ ୧୯ ମୃତ, ସମ୍ବଲପୁରରୁ ସର୍ବାଧିକ ୭

ସମ୍ବଲପୁର : କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ଶୁକ୍ରବାର ଗୋଟିଏ ଦିନରେ ବୁର୍ଲା ଓ ସମ୍ବଲପୁର କୋଭିଡ୍ ହସ୍ପିଟାଲ୍‌ରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ବୁର୍ଲା ଭିମ୍‌ସାର କୋଭିଡ୍‌ ହସ୍ପିଟାଲ୍‌ରେ ଆଉ ୧୩ ଜଣଙ୍କର ଏବଂ ସମ୍ବଲପୁର ଜିଲ୍ଲା ମୁକ୍ୟ ଚିକିତ୍ସାଳୟରେ ଚାଲିଥିବା ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍‌ରେ ୬ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ବରଣ କରିଥିବା ୧୩ ଜଣଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୭ ଜଣ ରହିଥିବା ବେଳେ ବଲାଙ୍ଗୀର ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ଏବଂ ବରଗଡ଼ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୪୧ ବର୍ଷୀୟା, ଜଣେ ୫୫ ବର୍ଷୀୟ, ଜଣେ ୬୨ ବର୍ଷୀୟ, ଜଣେ ୬୧ ବର୍ଷୀୟ, ଜଣେ ୬୮ ବର୍ଷୀୟ, ଜଣେ ୬୦ ବର୍ଷୀୟ ଓ ଜଣେ ୨୬ ବର୍ଷୀୟ ରହିଥିବା ବେଳେ ବଲାଙ୍ଗୀରର ଜଣେ ୪୩ ବର୍ଷୀୟା ଓ ଜଣେ ୨୪ ବର୍ଷୀୟ, ଦେବଗଡ଼ର ଜଣେ ୪୩ ବର୍ଷୀୟ ଓ ଜଣେ ୪୮ ବର୍ଷୀୟ, ବରଗଡ଼ର ଜଣେ ୫୬ ବର୍ଷୀୟା ଏବଂ ସୁବର୍ଣ୍ଣପୁରର ଜଣେ ୪୩ ବର୍ଷୀୟ ରହିଛନ୍ତି। ଏହି ୧୩ ଜଣ ମୃତକଙ୍କୁ ମିଶାଇ ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୬୭୭କୁ ବୃଦ୍ଧି ପାଇଛି। ଏଠାରେ ୨୪୦ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର