ବୁଡ଼ିଲା ଡଙ୍ଗା: ପହଁରିପହଁରି ଫେରିଲେ ସ୍ବାମୀ, ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡ଼ଙ୍ଗା ବୁଡ଼ିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଗତକାଲିଠାରୁ ନିଖୋଜ ଥିଲେ। ସେହି ମହିଳାଙ୍କ ନାମ ମୋତି ଗୋଲାରୀ। ଗତକାଲି ଅପରାହ୍ଣ ତିନିଟା ସମୟରେ ଧାକଡ଼ପଦରଠାରୁ ଯନ୍ତରୀ ଗ୍ରାମକୁ ଏକ ଦେଶୀ ଡଙ୍ଗାରେ ସ୍ୱାମୀ ଅର୍ଜୁନ ଗୋଲାରୀ ଓ ସ୍ତ୍ରୀ ମୋତି ଗୋଲାରୀ ଫେରୁଥିବା ବେଳେ ଅଚାନକ ଝାଡ଼ତୋଫାନ ହୋଇଥିଲା ଯାହାଦ୍ବାରା ଡଙ୍ଗାଟି ବୁଡ଼ିଯାଇଥିଲା।

ସ୍ତ୍ରୀ ନିଖୋଜ ଥିବାବେଳେ ସ୍ୱାମୀ ପହଁରିପହଁରି ନଦୀକୂଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଚିତ୍ରକୋଣ୍ଡା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ବର୍ତ୍ତମାନ ନିଖୋଜ ଥିବା ମୋତି ଗୋଲାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ଓ ଚିତ୍ରକୋଣ୍ଡା ପୁଲିସ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରୁଛି।

ସମ୍ବନ୍ଧିତ ଖବର