ବିପୁଳ ମଦ ଜବତ, ଭାଇ ପରେ ଭଉଣୀ ଗିରଫ

ଧର୍ମଶାଳା : ଧର୍ମଶାଳା ଅବକାରୀ ବିଭାଗ ପକ୍ଷରୁ ଆଜି ଆରୁହା ଛକର ଏକ ଢାବାରେ ଚଢ଼ଉ କରି ୩୦୦ ଲିଟର ମହୁଲି ମଦ ଜବତ କରାଯାଇଛି। ବେଆଇନ ଭାବେ ଦେଶୀମଦ ବେପାର କରୁଥିବା ଅଭିଯୋଗରେ ଅବକାରୀ ପୁଲିସ୍‌ ସ୍ଥାନୀୟ ଆଳିଜଙ୍ଗା ଗ୍ରାମର ମଦ ବେପାରୀର ଭଉଣୀ ପୂଜା ମହାନ୍ତିଙ୍କୁ ଗିରଫ କରିଛି। ଆରୁହାର ଏକ ଢାବା ନିକଟରେ ମହୁଲି ମଦ ବେପାର ହେଉଥିବା ଖବର ପାଇ ଅବକାରୀ ଥାନା ଓଆଇସି ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା।

ପୂଜାଙ୍କ ନିକଟରୁ ରନ୍ଧା ମହୁଲି ମଦ ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଥିଲା। ଅବକାରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି। ଗତକାଲି ଏଠାରୁ ପୂଜାଙ୍କ ଭାଇ ମଣ୍ଟୁ ମହାନ୍ତିଠାରୁ ୧୨୫୦ ଲିଟର ରନ୍ଧା ମହୁଲି ମଦ ଜବତ କରାଯିବା ସହିତ ତାକୁ ଗିରଫ କରାଯାଇଥିଲା। ଗତକାଲି ଭାଇ ଗିରଫ ହୋଇଥିବା ବେଳେ ଆଜି ଭଉଣୀ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର