ଶଯ୍ୟାଶାୟୀ ଦୁଇ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ମହିଳା ଡାକ୍ତର : ଘର ସଫା ସୁତୁରା କଲେ, ଖୁଆଇଲେ ରନ୍ଧାଖାଦ୍ୟ

ଅମ୍ବାଭୋନା : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଭୌନାତୋରା ପଞ୍ଚାୟତ ବଡ଼ସରାଇପାଲି ଗ୍ରାମର ବାମନ ସାହୁଙ୍କ ଦୁଇ ପୁଅ ଚକ୍ରପାଣି ସାହୁ (୪୨) ଓ ଲୋଚନ ପ୍ରସାଦ ସାହୁ (୩୫) ଦୀର୍ଘ ୧୬ବର୍ଷ ଧରି ଶଯ୍ୟାଶାୟୀ ଥିଲେ। ଏହି ଖବର ପାଇ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଡା. ହିତାଂକ୍ଷୀ ପ୍ରଧାନ କରୋନାକୁ ଖାତିର ନକରି ଦୁଇ  ରୋଗୀ  ପାଖରେ ପହଞ୍ଚିଥିଲେ। ମହିଳା ଡାକ୍ତରଙ୍କ ନେତୃତ୍ଵରେ ଘର ଆଖପାଖ ସନ୍ତସନ୍ତିଆ  ଘାସବୁଦା ସଫେଇ କର୍ମଚାରୀଙ୍କ ଦ୍ଵାରା ସଫାସତୁରା କରାଯାଇଥିଲା। ଦୁଇ ଭାଇ ପିନ୍ଧିଥିବା କପଡ଼ା ସଫା କରାଯିବା ସହ ନୂଆ ପୋଷାକ ଦିଆଯାଇଥିଲା। ପରେ ଡାକ୍ତରଖାନାର ରନ୍ଧା ଖାଦ୍ୟ ଉଭୟଙ୍କୁ ଖୁଆଇଥିଲେ। ଏହି ଦୁଇ ଭାଇଙ୍କ ଚିକିତ୍ସା ସକାଶେ ଭୁକ୍ତା ସରକାରୀ ଡାକ୍ତରଖାନା ପକ୍ଷରୁ ପ୍ରତି ୬ ମାସରେ ଡାକ୍ତରଖାନା ଗାଡ଼ିରେ ବୁର୍ଲା ଡାକ୍ତରଖାନାକୁ ନିଆଯିବ। ମାଗଣାରେ ଔଷଧ ଦିଆଯିବ।

ସୂଚନାଯୋଗ୍ୟ, ବୃଦ୍ଧ ବାମନ ସାହୁ ଦୁଇ ପୁଅଙ୍କ ଏକାକୀ ସେବା କରୁଛନ୍ତି। ପୁଅମାନଙ୍କୁ କାନ୍ଧରେ ବୋହି ଗାଧୁଆପାଧୁଆ ସହ ଖାଦ୍ୟ ଖୁଆଇଥାନ୍ତି। ଟଙ୍କା ଅଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସା ସହ ଔଷଧ କିଣି ପାରୁନାହାନ୍ତି।

ସମ୍ବନ୍ଧିତ ଖବର