ବଜ୍ରପାତରେ ଯୁବତୀ ମୃତ, ୪ ଗୁରୁତର

ବାମରା: ମହୁଲପାଲି ଥାନା ଭିକାପାଲି (କଟେନପଡ଼ା) ଗ୍ରାମରେ ବଜ୍ରପାତରେ ମମତା ମୁଣ୍ଡା (୧୮)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ବୁଧବାର ଦିନ ସଂଧ୍ୟାରେ ଭିକାପାଲି(କଟେନପଡ଼ା) ଗ୍ରାମର ମମତା ମୁଣ୍ଡା, ନିଦ୍ରାବତୀ ମୁଣ୍ଡା, ଜୟନ୍ତୀ ମୁଣ୍ଡା, ଉମାବତୀ ମୁଣ୍ଡା ଅନ୍ୟ କେତେକ ମହିଳାଙ୍କ ସହ ମିଶି ଚାଷ କାମ କରି ନିଜ ନିଜ ଘରକୁ ଫେରୁଥିଲେ। ହଠାତ୍‌ ବଜ୍ରପାତ‌ ହେବାରୁ ୪ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ କୁଚିଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ମମତାଙ୍କ ମୃତ୍ୟୁ ଘଟିଥିଲା। ମହୁଲପାଲି ପୁଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଶାନ୍ତ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର