ରକ୍ତଦେଇ ଦୁର୍ଘଟଣାଗ୍ରସ୍ତ ଶିଶୁର ଜୀବନ ବଞ୍ଚାଇଲେ ଯୁବ ସାମ୍ବାଦିକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ନିଳାଦ୍ରୀନଗର ନିକଟସ୍ଥ ମହୁଲଗୁଡା ଗ୍ରାମର କାଳିଆ ହନ୍ତାଳ(୩୦)ନାମ ଯୁବକ ନିଜ ଜମିରେ କାମ କରୁଥିବା ବେଳେ ହଠାତ୍ ପଡିଥିବାରୁ ମୁଣ୍ଡରେ ଏକ ବଡ ପଥର ବାଜି ଗୁରୁତର ହୋଇଥିଲେ। ପ୍ରଥମେ ତାଂକୁ କୋରକୋଣ୍ଡାସ୍ଥିତ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାଂକୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଡାକ୍ତର ତୁରନ୍ତ କାଳିଆକୁ ରକ୍ତ ଦରକାର ବୋଲି କହିବା ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ରାହୁଲ ନାମକ ଜଣେ ସାମ୍ବାଦିକଙ୍କୁ ଭେଟି ସବୁ ଦୁଃଖ କହିଥିଲେ। ରାହୁଲ ତୁରନ୍ତ ନିଜ ବନ୍ଧୁ ବିକ୍ରମ ପାଢୀଙ୍କ ସହ ଯୋଗାଯୋଗ କରି ରକ୍ତଦାନ ପାଇଁ ପ୍ରବର୍ତ୍ତାଇଥିଲେ। ବିକ୍ରମ ମଧ୍ୟ ସମୟକୁ ଅପେକ୍ଷା ନକରି ତୁରନ୍ତ ରକ୍ତ ଭଣ୍ଡାର ଯାଇ ରକ୍ତଦାନ କରିଥିଲେ। ବିକ୍ରମ ରକ୍ତଦାନ କରୁଥିବା ବେଳେ ତାଂକୁ ମୁନ୍ନା ନେତମ ସହଯୋଗ କରିଥିଲେ। କାଳିଆକୁ ରକ୍ତଦାନ କରି ଜୀବନ ବଞ୍ଚାଇଥିବାରୁ ବିକ୍ରମଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଉଛି। କେବଳ ଜଣେ ସାମ୍ବାଦିକ ହିସାବରେ ସେ ସମାଜର କାମ କରୁନାହାନ୍ତି ବରଂ ସମୟ ପଡିଲେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ଆଗେଇ ଆସୁଛନ୍ତି ବିକ୍ରମ। ପୂର୍ବରୁ ମଧ୍ୟ ବହୁବାର ରକ୍ତଦାନ କରି ବହୁ ରୋକଙ୍କର ଜୀବନ ବଞ୍ଚାଇବାରେ ସହଯୋଗ କରିଛନ୍ତି। କାଳିଆର ପରିବାର ଲୋକେ ବିକ୍ରମଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର