ଅର୍ଦ୍ଧଶତକ ହାସଲ ପରେ ହୃଦ୍‌ଘାତ, ପଡ଼ିଆରେ ଟଳିପଡ଼ିଲେ ଯୁବକ, ହସ୍‌ପିଟାଲରେ କ୍ରିକେଟ୍‌ରଙ୍କ ମୃତ୍ୟୁ

ଧଉଳି: ଅର୍ଦ୍ଧଶତକ ହାସଲ ପରେ ଜଣେ ଯୁବ କ୍ରିକେଟରଙ୍କୁ ହୃଦ୍‌ଘାତ ହୋଇଛି। ଏଥିରେ ସେ ପଡ଼ିଆରେ ଟିଳପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ରାଜଧାନୀ ଉପକଣ୍ଠ କୁମାରଡିହ ମଙ୍ଗଳା ମନ୍ଦିର ନିକଟରେ  ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଜନାର୍ଦ୍ଦନ ପତି (୪୦)।

ସୂଚନା ଅନୁସାରେ ଜନାର୍ଦ୍ଦନ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଗାଡ଼ି ସୋ’ ରୁମରେ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ମଙ୍ଗଳା ମନ୍ଦିର ସମ୍ମୁଖ ପଡ଼ିଆରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଜନାର୍ଦ୍ଦନ ଖେଳୁଥିଲେ। ବ୍ୟାଟିଂ କରି ସର୍ବାଧିକ ୬୦ ରନ ସଂଗ୍ରହ କରିଥିଲେ। ହେଲେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଖବର ପାଇ ପରିବାର ଲୋକ ତାଙ୍କୁ ପଟିଆସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର