କେନ୍ଦୁଝର : ଘର ସହ ଜିଅଁନ୍ତା ଜଳିଗଲେ ଯୁବକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ସୋସୋ ଥାନା ଅନ୍ତର୍ଗତ ସଢ଼ା ଛକରେ ଘର ସହ ଜିଅଁନ୍ତା ଜଳିଗଲେ ଯୁବକ। ମୃତକ ଜଣକ ହେଉଛନ୍ତି ଆନନ୍ଦପୁର ତହସିଲର କନିଷ୍ଠ କିରାଣୀ। ଗତକାଲି ଦୀପାବଳି ପାଇଁ ସାରା କେନ୍ଦୁଝର ଉତ୍ସବ ମୁଖର ଥିବା ବେଳେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଘରେ ନିଆଁ ଲାଗି ଯୁବକ ଜଣକ ଜିଅଁନ୍ତା ଜଳିଯିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର