ନିବେଶକଙ୍କୁ ଅଢ଼େଇ ଲକ୍ଷ କୋଟି ଲାଭ

ମୁମ୍ବାଇ: ବମ୍ବେ ଷ୍ଟକ ବଜାରରେ ଆଜି ନିବେଶକମାନେ ଅଢ଼େଇ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ସେନ୍‌ସେକ୍‌ସରେ ୫୭୮ ପଏଣ୍ଟ୍‌ ବୃଦ୍ଧି ହେବା ଯୋଗୁଁ ସେମାନେ ଏଭଳି ଲାଭବାନ ହୋଇଛନ୍ତି। ଗୋଟିଏ ଦିନ ଭିତରେ ସେନ୍‌ସେକ୍ସରେ ଏଭଳି ବଡ଼ ଧରଣର ବୃଦ୍ଧି ଅନେକ ଦିନ ହୋଲା ଦେଖିବାକୁ ମିଳି ନଥିଲା।
ସେନ୍‌ସେକ୍‌ସ ୫୭୮ ପଏଣ୍ଟ୍‌ ବୃଦ୍ଧି ସହିତ ୩୩,୫୯୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍ଟି ୧୯୬ ପଏଣ୍ଟ୍‌ ବୃଦ୍ଧି ପାଇ ୧୦,୩୨୫ ପଏଣ୍ଟ୍‌ରେ ବନ୍ଦ ହୋଇଛି।
ଗତକାଲି ସୁଦ୍ଧା ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କଂପାନିର ମୋଟ ମୂଲ୍ୟ ୧୪୪.୧୨ ଲକ୍ଷ କୋଟି ଟଙ୍କା ଥିଲା। ଆଜି ତାହା ୧୪୬.୭୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିବେଶକମାନେ ବିପୁଳ ପରିମାଣର ସେୟାର ଖରିଦ କରିବାରୁ ଏଭଳି ଚମତ୍କାର ହୋଇଛି।

ସମ୍ବନ୍ଧିତ ଖବର