ଏୟାରଟେଲ୍‌ ସ୍ମାର୍ଟଫୋନ ଗ୍ରାହକଙ୍କୁ ଏହି ଉପହାର ଦେଉଛି ଆମାଜନ

ନୂଆଦିଲ୍ଲୀ: ଏୟାରଟେଲର ୨୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ସ୍ମାର୍ଟଫୋନ୍‌ ଗ୍ରାହକଙ୍କ ପାଇଁ ଆମାଜନ ପେ ସହାୟତାରେ ଆକର୍ଷଣୀୟ ଗିଫ୍ଟ କାର୍ଡ ଉପଲବ୍ଧ ସମ୍ପର୍କରେ ଘୋଷଣା କରାଯାଇଛି। ଏୟାରଟେଲର ପ୍ରିପେଡ଼୍‌ ଏବଂ ପୋଷ୍ଟପେଡ଼୍‌ ଗ୍ରାହକଙ୍କୁ ୫୧ ଟଙ୍କା ମୂଲ୍ୟର ସ୍ପେସାଲ ଆମାଜନ ଗିଫ୍ଟ ଯୋଗାଇ ଦିଆଯିବ। ଏହା ଆମାଜନ ପେ ବାଲାନ୍ସରେ ଲୋଡ୍‌ କରାଯାଇ ପାରିବ ଏବଂ ଏହାକୁ ମୋବାଇଲ୍‌ ରିଚାର୍ଜରେ ବ୍ୟବହାର କରାଯାଇପାରିବ। ପ୍ରିପେଡ୍‌ ଗ୍ରାହକ ୧୦୦ ଟଙ୍କା କିମ୍ବା ଅଧିକ ବଣ୍ଡଲ୍‌ ପ୍ୟାକ୍‌ରେ ଏହି ସୁବିଧା ଲାଭ କରିପାରିବେ। ସେହିପରି ପୋଷ୍ଟପେଡ୍‌ ଗ୍ରାହକ ଅସୀମିତ ପ୍ଲାନରେ ଏହି ସ୍ପୋସାଲ ଗିଫ୍ଟ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଏହାର ବୈଧ ସମୟସୀମା ୩୦ ଦିନ ରହିବ । ଏହି ଡିଜିଟାଲ ଗିଫ୍ଟ କାର୍ଡ ମାଇ ଏୟାର ଟେଲ ଆପ୍‌ ମାଧ୍ୟମରେ ହାସଲ କରାଯାଇପାରିବ। ପ୍ଲେ ଷ୍ଟୋର କିମ୍ବା ଆପ୍‌ ଷ୍ଟୋରରୁ ମାଇଁ ଏୟାରଟେଲ ଆପ୍‌ ଡାଉନଲୋଡ୍‌ କରି ଏୟାରଟେଲ ଥ୍ୟାଙ୍କସ ଉପରେ କ୍ଲିକ କରି ଏହି କାର୍ଡକୁ ଆକ୍ଟିଭେଟ୍‌ କରାଯାଇପାରିବ। ଏହି ଅଫର ସୀମିତ ଦିନ ପାଇଁ ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ହେବ। ଏହାମାଧ୍ୟମରୋ ଅସୀମିତ କଲିଂ, ନ୍ୟାସନାଲ୍‌ ରୋମିଂ, ଏକବର୍ଷର ଆମାଜନ ପ୍ରାଇମ୍‌ ସଦସ୍ୟତା, ଏୟାରଟେଲ ଟିଭି ଏବଂ ୱାଙ୍କ୍‌ ମ୍ୟୁଜିକ୍‌ ଆଦି ଗ୍ରାହକଙ୍କୁ ଯୋଗାଇ ଦିଆଯିବ ।

ସମ୍ବନ୍ଧିତ ଖବର