ଦେଶର ଜଣାଶୁଣା କମ୍ପାନି ବଜାଜ ଇଲେକ୍ଟ୍ରିକାଲ୍ସର ଆଉ କେହି ଉତ୍ତରାଧିକାରୀ ନାହାନ୍ତି

ମୁମ୍ବାଇ : ଉତ୍ତରାଧିକାରୀଶୂନ୍ୟ ହୋଇଯାଇଛି ଦେଶର ଜଣାଶୁଣା କମ୍ପାନି ବଜାଜ ଇଲେକ୍ଟ୍ରିକାଲ୍ସ । କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଅନନ୍ତ ବଜାଜ ମାତ୍ର ୪୧ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସେ ଥିଲେ ଶିଳ୍ପପତି ତଥା କମ୍ପାନିର ଅଧ୍ୟକ୍ଷ ଏକମାତ୍ର ଶେଖର ବଜାଜଙ୍କ ଏକମାତ୍ର ପୁତ୍ର । ଶେଖର ବଜାଜ ଏବେ ୭୦ ବର୍ଷରେ ପହଞ୍ଚିଥିବାରୁ ବଜାଜ ଇଲେକ୍ଟ୍ରିକାଲ୍ସ ଆପାତତଃ ଉତ୍ତରାଧିକାରୀ ହୀନ ହୋଇଯାଇଛି । ଅନନ୍ତ ଗତ ୨୦ ବର୍ଷ ହେଲା କମ୍ପାନିରେ କାମ କରିଆସୁଥିଲେ । ଗତ ୨୦୧୨ରେ ସେ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ । ମାତ୍ର ଦୁଇ ମାସ ତଳେ ଅର୍ଥାତ ଗତ ଜୁନ ମାସରେ ସେ କମ୍ପାନିର ଏମଡି ହୋଇଥିଲେ । କମ୍ପାନିର ମାଲିକଙ୍କ ପୁଅ ହୋଇଥିବାସତ୍ତ୍ୱେ ସେ ଏକ ସାଧାରଣ ସେଲ୍ସ କର୍ମଚାରୀରୁ କ୍ୟାରିୟର ଆରମ୍ଭ କରି ଏମଡି ପର୍ଯ୍ୟନ୍ତ ଉନ୍ନୀତ ହୋଇପାରିଥିଲେ ଓ କମ୍ପାନିକୁ ସଫଳତାର ଶିଖରକୁ ନେଇଯାଇଥିଲେ ।

ସମ୍ବନ୍ଧିତ ଖବର