୨୦ ଲକ୍ଷ ମୁସଲମାନଙ୍କୁ ଗୋପନୀୟ କ୍ୟାମ୍ପରେ ବନ୍ଦୀ କରି ରଖିଛି ଚୀନ

ଜେନିଭା : ଗୋଟିଏ ପଟେ ଚୀନ ପାକିସ୍ତାନକୁ ସହାୟତା କରି ନିଜକୁ ମୁସଲିମମାନଙ୍କ ବନ୍ଧୁ ଦର୍ଶାଉଥିବାବେଳେ ନିଜ ଦେଶରେ ମୁସଲମାନମାନଙ୍କ ଉପରେ କଠୋର ଦମନଲୀଳା ଚଳାଇଥିବା ଜାତିସଂଘର ଏକ ରିପୋର୍ଟରୁ ଜଣାପଡିଛି । ଜାତିସଂଘର ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ ପକ୍ଷରୁ ପ୍ରାୟ ୨୦ ଲକ୍ଷ ଓ୍ଵିଘର ଓ ମୁସଲିମ ସଂଖ୍ୟାଲଘୁଙ୍କୁ ଜବରଦସ୍ତି ବିଭିନ୍ନ ରାଜନୈତିକ କ୍ୟାମ୍ପରେ ରଖି ସେମାନେ ଯେପରି ଧର୍ମ ତଥା ରୀତିନୀତିକୁ ଭୁଲି କମ୍ୟୁନିଜିମକୁ ଗ୍ରହଣ କରିବେ ସେ ନେଇ ସେମାନଙ୍କୁ ଜବରଦସ୍ତି ଶିକ୍ଷା ଦିଆଯାଉଛି । ପଶ୍ଚିମ ଚୀନରେ ଥିବା ଜିଜିଆଙ୍ଗ ରାଜ୍ୟ ମୁସଲିମ ବହୁଳ ହୋଇଥିବାରୁ ସେଠାରେ ଇସ୍ଲାମିକ ଆନ୍ଦୋଳନ ଦିନକୁ ଦିନ ବଢିବାରେ ଲାଗିଛି । ବିଚ୍ଛିନ୍ନତାବାଦ ମଧ୍ୟ ବଢିଚାଲିଛି । ଏ ଅଂଚଳରେ ଆତଙ୍କବାଦ ମଧ୍ୟ ଦିନକୁ ଦିନ ବଢିଚାଲିଛି ବୋଲି ଚୀନ ସ୍ୱୀକାର କରିଛି । ଏହାକୁ ଦମନ କରିବାକୁ ଚୀନ ସେମାନଙ୍କ ଉପରେ ଏପରି ଅତ୍ୟାଚାର ଚଳାଇଛି ବୋଲି ଜାତିସଂଘ କହିଛି ।

ସମ୍ବନ୍ଧିତ ଖବର