ଏନ୍‌ଏସ୍‌ଇରୁ ହଟିଲେ ଅଶୋକ

ନୂଆଦିଲ୍ଲୀ: ଏୟାରସେଲ୍‌-ମାକ୍ସିସ୍ ମାମଲାର ଅନ୍ୟତମ ଅଭିଯୁକ୍ତ ଅଶୋକ ଚାୱଲ୍ ନ୍ୟାସନାଲ୍‌ ଷ୍ଟକ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏୟାରସେଲ୍-ମାକ୍ସିସ୍ ଡିଲ୍‌ ବେଳେ ଅଶୋକ ଏଫ୍‌ଆଇପିବିରେ କାମ କରୁଥିଲେ। ଏହି ମାମଲାରେ ପାଞ୍ଚ ଜଣଙ୍କ ବିରୋଧରୋ ତଦନ୍ତ ଆରମ୍ଭ କରିବା ପାଇଁ ସରକାରଙ୍କ ଅନୁମତି ମିଳିଛି ବୋଲି ସିବିଆଇ ପକ୍ଷରୁ ଏକ ସ୍ବତନ୍ତ୍ର ଅଦାଲତଙ୍କୁ ଅବଗତ କରାଯାଇଛି। ସେହି ତାଲିକାରେ ଅଶୋକଙ୍କ ନାମ ରହିିଛି। ୨୦୧୬ ମେ’ରେ ସେ ଏନ୍‌ଏସ୍‌ଇର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଭାରତୀୟ ପ୍ରତିଯାଗିତା ଆୟୋଗର ମୁଖ୍ୟ ଭ‌ାବେ କାମ କରୁଥିଲେ।

ସମ୍ବନ୍ଧିତ ଖବର