ଲଗାତାର ତିନିଦିନ ବନ୍ଦ ରହିବ ବ୍ୟାଙ୍କ, ଶୁକ୍ରବାର ସୁଦ୍ଧା ଶେଷ କରି ଦିଅନ୍ତୁ ବ୍ୟାଙ୍କ ସହିତ ଜଡ଼ିତ ଥିବା କାମ

ନୂଆଦିଲ୍ଲୀ: ବ୍ୟାଙ୍କ ସହିତ ଜଡ଼ିତ କୌଣସି କାମ ଯଦି ଆପଣଙ୍କର ଏହି ସପ୍ତାହରେ କରିବାର ଅଛି ତେବେ ଶୁକ୍ରବାର ଅର୍ଥାତ୍‌ ୨୭ ତାରିଖ ପୂର୍ବରୁ ଶେଷ କରି ଦିଅନ୍ତୁ। କାରଣ ଏହାପରେ ତିନିଦିନ ପର୍ଯ୍ୟନ୍ତ ଲଗାତାର ବ୍ୟାଙ୍କ ବନ୍ଦ ରହିବ।

ସୂଚନାଯୋଗ୍ୟ. ୨୮ ତାରିଖ ମାସର ଚତୁର୍ଥ ଶନିବାର, ୨୯ ତାରିଖ ରବିବାର ଅର୍ଥାତ୍‌ ଛୁଟିଦିନ, ସୋମବାର ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ସରକାରୀ ଛୁଟି ରହିଛି। ଏହି ତିନିଦିନ ଛୁଟି ଥିବା ହେତୁ ବ୍ୟାଙ୍କରେ କୌଣସି କାମକାର୍ଯ୍ୟ ହୋଇପାରିବ ନାହିଁ କି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯାଇ ପାରିବ ନାହିଁ। ତେଣୁ ଏହି ତିନିଦିନ ଟଙ୍କା ସମସ୍ୟା ଦେଖା ଦେଇ ପାରେ ବୋଲି ଆଶଙ୍କା ରହିଛି।

ଯଦି ଆପଣ ଶୁକ୍ରବାର ସୁଦ୍ଧା ବ୍ୟାଙ୍କ ସହିତ ଜଡ଼ିତ କାମ ସାରି ପାରୁ ନାହାନ୍ତି ତେବେ ଡିଜିଟାଲ ନେଣଦେଣ ବିକଳ୍ପ ଜରିଆରେ ବାକି ଥିବା କାମକୁ ଶେଷ କରି ପାରିବେ। ଏହା ବ୍ୟତୀତ ଆପଣଙ୍କ ପାଖରେ ନେଟ ବ୍ୟାଙ୍କିଂ ଓ ମୋବାଇଲ ବ୍ୟାଙ୍କିଂର ବିକଳ୍ପ ବି ରହିଛି।

ସମ୍ବନ୍ଧିତ ଖବର