୬ଟି ତାରିଫ ପ୍ଲାନକୁ ଆହୁରି ଆକର୍ଷଣୀୟ କଲା ବିଏସଏନଏଲ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ବିଏସଏନଏଲ ପକ୍ଷରୁ ମଧ୍ୟ ଘରୋଇ ଟେଲିକମ କମ୍ପାନିମାନଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କମ୍ପାନି ପକ୍ଷରୁ ନିଜର ତାରିଫ ପ୍ଲାନଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି । ୧୮୬ ଟଙ୍କିଆ ପ୍ଲାନଠାରୁ ଆରମ୍ଭ କରି ୬୬୬ ଟଙ୍କିଆ ସିକ୍ସର ପ୍ଲାନ ପର୍ଯ୍ୟନ୍ତ ମୋଟ ୬ଟି ପ୍ଲାନରେ ଏହି ପରିବର୍ତ୍ତନ ଅଣାଯାଇ ଆହୁରି ଆକର୍ଷଣୀୟ କରାଯାଇଛି । ଏହି ୬ଟି ପ୍ଲାନ ହେଉଛି ୧୮୬, ୧୮୭, ୩୪୯, ୪୨୯, ୪୮୫ ଓ ୬୬୬ ।

ଉଭୟ ପିଭି ୧୮୬ ଓ ଏସଟିଭି ୧୮୭ ଟଙ୍କିଆ ପ୍ଲାନରେ ୨୮ ଦିନ ପାଇଁ ଦିନକୁ ୧ ଜିବି ଡାଟା ମିଳିପାରିବ । ଏହା ସହିତ ଅନଲିମିଟେଡ୍‌ ଭଏସ କଲିଂ ଓ ଦିନକୁ ୧୦୦ ଏସଏମଏସ ମଧ୍ୟ ରହିଛି । ସେହିପରି ୩୪୯ ଓ ୪୨୯ ଟଙ୍କିଆ ପ୍ଲାନରେ ମଧ୍ୟ ଦିନକୁ ୧ ଜିବି ଡାଟା ସହିତ ଅନଲିମିଟେଡ୍‌ ଭଏସ କଲିଂ ଓ ଦିନକୁ ୧୦୦ ଏସଏମଏସ ମିଳିପାରିବ । ତେବେ ଏହି ଦୁଇଟିର ଭାଲିଡିଟି ଅଲଗା ଅଲଗା ରହିଛି । ୩୪୯ ପ୍ଲାନର ଭାଲିଡିଟି ୫୪ ଦିନ ଓ ୪୨୯ ଟଙ୍କିଆ ପ୍ଲାନର ଭାଲିଡିଟି ୮୧ ଦିନ ରହିଛି । ଅନ୍ୟପକ୍ଷରେ ୪୮୫ ଟଙ୍କିଆ ପ୍ଲାନରେ ଦିନକୁ ୧.୫ ଜିବି ଲେଖାଏଁ ଡାଟା ହିସାବରେ ମୋଟ ୯୦ ଦିନ ଭାଲିଡିଟି ରହିଛି ।ଏହା ସହିତ ଅନଲିମିଟେଡ୍‌ ଭଏସ କଲିଂ ଓ ଦିନକୁ ୧୦୦ ଏସଏମଏସ ମଧ୍ୟ ରହିଛି ।
ତେବେ ବିଏସଏନଏଲର ସବୁଠୁ ଆକର୍ଷଣୀୟ ପ୍ଲାନ ହେଉଛି ଏହାର ୬୬୬ ପ୍ଲାନ । ଏହା ଦ୍ୱାରା ୧୨୯ ଦିନ ପାଇଁ ଦିନକୁ ୧.୫ ଜିବି ଡାଟା, ଅନଲିମିଟେଡ୍‌ ଭଏସ କଲିଂ ଓ ଦିନକୁ ୧୦୦ ଏସଏମଏସ ମିଳିପାରିବ ।

ସମ୍ବନ୍ଧିତ ଖବର