ବିଏସ୍‌ଏନ୍‌ଏଲ୍‌ ଅପଗ୍ରେଡ୍‌ କଲା ନିଜ ପ୍ଲାନ୍‌: ମିଳିବ ୫୬୧.୧ ଜିବି ଡାଟା ଓ ଅସୀମିତ କଲ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଡାଟା ପ୍ଲାନ୍‌ ଜରିଆରେ ଗ୍ରାହକଙ୍କୁ ଆକର୍ଷିତ କରିବା ଦୌଡ଼ରେ ସାମିଲ ହୋଇଛି। ଲଗାତାର ନିଜର ପ୍ଲାନ୍‌କୁ ଅପଗ୍ରେଡ କରିବାରେ ଲାଗିଛି। ସେପ୍ଟେମ୍ବରରେ କମ୍ପାନି ‘ବମ୍ପର ଅଫର’ ଲଞ୍ଚ କରିଥିଲା। ଯେଉଁଥିରେ ୨.୨ ଜିବି ଡାଟା ପ୍ରତିଦିନ ମିଲିଥାଏ। ସମ୍ପ୍ରତି ବିଏସ୍‌ଏନ୍‌ଏଲ୍‌ ୯୯୯ଟଙ୍କାର ଏହି ବମ୍ପର ଅଫରକୁ ଅପଗ୍ରେଡ କରାଛି। ଯେଉଁଥିରେ ଗ୍ରାହକ ପ୍ରତିଦିନ ୩.୧ ଜିବି ଡାଟାର ଫାଇଦା ଉଠାଇ ପାରିବେ।

ସୂଚନାଯୋଗ୍ୟ, ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌୍‌ର ଏହି ପ୍ଲାନ୍‌ ମୂଲ୍ୟ ୯୯୯ଟଙ୍କା ରହିଛି। ଯାହାର ବୈଧତା ୧୮୧ଦିନ, ଅର୍ଥାତ୍‌ ଛଅମାସ ପର୍ଯ୍ୟନ୍ତ ରହିଛି। ସବସ୍କ୍ରାଇର୍ସଙ୍କୁ ଏହି ପ୍ୟାକ୍‌ରେ ୩.୧ ଜିବି ୨ଜି/୩ଜି ଡାଟା ପ୍ରତିଦିନ ମିଳିବ। ଅର୍ଥାତ୍‌ ସର୍ବମୋଟ ଗ୍ରାହକଙ୍କୁ ୫୬୧.୧ ଜିବି ଡାଟା ବ୍ୟବହାର କରିବାକୁ ମିଳିବ। ଡେଲି ଲିମିଟ ଶେଷ ହେବା ପରେ, ବ୍ୟବହାରକାରୀ ୪୦ କେବିପିଏସ୍‌ର ସ୍ପିଡ୍‌ ସହିତ ଅସୀମିତ ଡାଉନ୍‌ଲୋଡର ମଜା ବି ଉଠାଇ ପାରିବେ।

ସମ୍ବନ୍ଧିତ ଖବର