୨୩୪୮ କୋଟିର ବ୍ୟାଙ୍କ ଠକେଇ, ଭୂଷଣ କମ୍ପାନିରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ: ୨୩୪୮କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡର ବିଭିନ୍ନ କାର୍ଯ୍ୟାଳୟ ଏବଂ ଘର ଆଦିରେ ଆଜି ସିବିଆଇ ଚଢ଼ଉ କରିଛି। ଭୂଷଣର ନିର୍ଦେଶକମାନେ ସେମାନଙ୍କ କମ୍ପାନି ସମେତ ଜାଲ କମ୍ପାନି ଜାରିଆରେ ବିପୁଳ ପରିମାଣର ବ୍ୟାଙ୍କ ପାଣ୍ଠି ସ୍ଥାନାନ୍ତର କରିଥିବା ଅଭିଯୋଗ ରହିଛି। ସିବିଆଇ ଏହି ଠକେଇ ମାମଲାରେ ଏକ ମାମଲା ରୁଜୁ କରିବା ପରେ ଏହି ଚଢ଼ଉ କରିଛି। ଦିଲ୍ଲୀ-ଏନସିଆର, ଚଣ୍ଡିଗଡ଼ ଏବଂ କୋଲକାତା ସମେତ ଦେଶର ଅନେକ ସହରରେ ଏହି ଚଢ଼ଉ ହୋଇଛି। ଏଥିରେ କମ୍ପାନିର ନିର୍ଦେଶକ, ପ୍ରତିଷ୍ଠାତା ଏବଂ ସେମାନଙ୍କ ସହଯୋଗୀଙ୍କ ଘର ମଧ୍ୟ ରହିଛି। ସିବିଆଇ କମ୍ପାନି ନାମରେ ମାମଲା ରୁଜୁ କରିବା ସହିତ ଏହାର ନିର୍ଦେଶକ, ଅଚିହ୍ନା ସରକାରୀ ଅଧିକାରୀ ଏବଂ ଅନ୍ୟ ଘରୋଇ ବ୍ୟକ୍ତିମାନଙ୍କୁ ମଧ୍ୟ ଏହା ମଧ୍ୟକୁ ଟାଣିଛି। ଅଭିଯୁକ୍ତମାନେ ଅପରାଧିକ ଷଡ଼ଯନ୍ତ୍ର କରି ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ ସରକାରୀ ତହବିଲକୁ ଠକିଥିବା ସିବିଆଇ ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର