ଆମାଜନରେ ମିଳୁଛି ଚାଟସିମ୍ ! ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସଆପ୍

ପିଲାଠୁ ବୁଢ଼ା, ଏବେ ସୋସିଆଲ ମିଡିଆର ମାୟାରେ ସମସ୍ତେ ମତୁଆଲ ହୋଇଛନ୍ତି । ସେ  ଅଫିସ୍ ହେଉ କି ଘରକାମ, ସବୁଠି  ଯୋଗାଯୋଗ ଓ ବାର୍ତ୍ତଳାପର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ-ସେ ଫେସବୁକ ହେଉ ଅବା ହ୍ୱାଟସଆପ କିମ୍ବା ଟ୍ୱିଟର । ବର୍ତ୍ତମାନ ଫେସବୁକ ଓ ଟ୍ୱିଟର ଅପେକ୍ଷା ହ୍ୱାଟସଆପକୁ  ଅଧିକ ଲୋକ ବ୍ୟବହାର କରୁଛନ୍ତି । ହ୍ୱାଟସଆପ ଏବେ ଲୋକଙ୍କର ଏକ ଆବଶ୍ୟକତା ପାଲଟିଗଲାଣି । ତେବେ ଏଥିଲାଗି ଇଣ୍ଟରନେଟ ସଂଯୋଗ ସବୁ ସମୟରେ ଦରକାର। କିନ୍ତୁ ଏବେ ଏକ ନୂତନ ସିମ୍-ଚାଟ୍ ସିମ୍, ବଜାରକୁ ଆସିଛି, ଯାହା ମାଧ୍ୟମରେ ବିନା ଇଣ୍ଟରନେଟରେ ମଧ୍ୟ ହ୍ୱାଟସଆପ ବ୍ୟବହାର କରିହେବ ।

କେଉଁଠୁ ପାଇବେ ଚାଟ ସିମ୍ : ଚାଟ ସିମ କିଣିବା ପାଇଁ ସର୍ବପ୍ରଥମେ କମ୍ପାନିର ଅଫିସିଆଲ ୱେବସାଇଟ (www.chatsim.com) ଡବ୍ଳୁଡବ୍ଲୁଡବ୍ଲୁ.ଚାଟସିମ.କମକୁ ଯିବାକୁ ହେବ। ଏହି ସାଇଟରେ ସିମ କିଣିବାକୁ ଥିବା ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ପରବର୍ତ୍ତୀ ଷ୍ଟେପକୁ ଫଲୋ କରିବା ସହ ସିମ ଅର୍ଡର କରନ୍ତୁ । ଏହି ସିମ୍ କେବଳ ଅନଲାଇନ ସପିଂ ୱେବସାଇଟ ‘ଆମାଜନ.କମ’ରେ ଉପଲବ୍ଧ ରହିଛି ।

କିପରି କରିବେ ବ୍ୟବହାର :  ଏହି ଚାଟ ସିମ ସମସ୍ତ ପ୍ରକାର ସ୍ମାର୍ଟଫୋନରେ ବ୍ୟବହାର କରାଯାଇପାରିବ । ଉଭୟ ମାଇକ୍ରୋ ଓ ନାନୋ ସ୍ଲଟରେ କାମ କରିବ ଏହି ସିମ । ଏହି ସିମ କାର୍ଡକୁ ବ୍ୟବହାର କରି ବିନା ଇଣ୍ଟରନେଟରେ ଦୁନିଆର ଯେ କୌଣସି ସ୍ଥାନକୁ ମଧ୍ୟ ଆପଣ ମେସେଜ ପଠାଇପାରିବେ । ରୋମିଂରେ ରହିଲେ ବି ଏହା କାମ କରିବ।

କେମିତି କିଣିବେ: ଭାରତୀୟ ବଜାରରେ ଏହି ସିମ ପ୍ରବେଶ କରିଛି । ଭାରତୀୟ ବଜାରରେ ଏହି ସିମର ଦାମ ରହିଛି ୯୫୦ ଟଙ୍କା ରହିଛି । ଯାହାର ବୈଧତା ଏକ ବର୍ଷ ଯାଏ ରହିବ ।ଏହାଛଡା ଫ୍ରି ହ୍ୱାଟସଆପ ମେସେଜ କିମ୍ବା ଇମୋଜି ପାଇଁ ଆହୁରି ୯୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଗ୍ରାହକଙ୍କୁ । ଏହି ସିମ ଇ-କର୍ମସ ସାଇଟ ଆମାଜନରେ ୧୯୯୯ ଟଙ୍କାରେ ଉପଲବ୍ଧ । ଚାଟସିମରେ ଆପଣ ହ୍ୱାଟସଆପ, ମେସେଞ୍ଜର, ହାଇକ ଭଳି ସୋସିଆଲ ମିଡିଆର ଲାଭ ଉଠାଇପାରିବେ । ଏଭଳି ଫିଚର ଥିବା ସିମ ପ୍ରଥମଥର ପାଇଁ ଭାରତୀୟ ବଜାରକୁ ଆସିଛି । ଯଦି ଆପଣ ଅଧିକାଂଶ ସମୟ ହ୍ୱାଟସଆପ ବ୍ୟବହାର କରୁଥାନ୍ତି ତେବେ ଏହି ସିମ ଆପଣଙ୍କୁ ଫାଇଦା ଦେବ ।

ସମ୍ବନ୍ଧିତ ଖବର