ଡିସେମ୍ବରରେ ଜିଏସଟି ଆଦାୟ ୯୪,୭୨୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ : ଗତ ଡିସେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ଆଦାୟ ସାମାନ୍ୟ ହ୍ରାସ ପାଇ ୯୪,୭୨୬ କୋଟି ଟଙ୍କାରେ ପହଞ୍ଚିଛି । ଏହା ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୧୬,୪୪୨ କୋଟି ଟଙ୍କା, ରାଜ୍ୟ ଜିଏସଟି ୨୨,୪୫୯ କୋଟି ଟଙ୍କା, ଆଇଜିଏସଟି ୪୭,୯୩୬ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏଥିରେ ୭୮୮୮କୋଟି ଟଙ୍କାର ସେସ ମଧ୍ୟ ଅନ୍ତର୍ଭୁକ୍ତ । ନଭେମ୍ବର ମାସରେ ଏହା ୯୭,୬୩୭ କୋଟି ଟଙ୍କା ଥିଲା ଓ ଅକ୍ଟୋବର ମାସରେ ଦେଶର ଜିଏସଟି ରାଜସ୍ୱ ୧ ଲକ୍ଷ କୋଟି ଟପିଯାଇଥିଲା ।

୩୧ ଡିସେମ୍ବର ସୁଦ୍ଧା ଜିଏସଟିଆର ଥ୍ରୀବି ରିଟର୍ଣ୍ଣ ଦାଖଲ ସଂଖ୍ୟା ୭୨.୪୪ ଲକ୍ଷରେ ପହଞ୍ଚିଛି । ନଭେମ୍ବର ମାସରେ କେନ୍ଦ୍ର ସରକାର ୪୩,୮୫୧ କୋଟି ଟଙ୍କା ଜିଏସଟି ରାଜସ୍ୱ ପାଇଥିବାବେଳେ ରାଜ୍ୟ ସରକାରମାନେ ମୋଟ ୪୬୨୫୨ କୋଟି ଟଙ୍କା ପାଇଛନ୍ତି । ସେହିପରି ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ରାଜ୍ୟମାନଙ୍କୁ ମୋଟ ୧୧୯୨୨ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ଗତ ଜୁଲାଇ ୨୦୧୭ରେ ସାରା ଦେଶରେ ଜିଏସଟି ଲାଗୁ କରିଥିଲେ ।

ସମ୍ବନ୍ଧିତ ଖବର