ଖୁବ୍‌ ଶୀଘ୍ର ଏୟାରଲାଇନ୍ସ ଭଳି ରେଳ ଟିକେଟରେ ମିଳିବ ୨୦ରୁ ୫୦ ପ୍ରତିଶତ ରିହାତି!

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଏୟାରଲାଇନ୍ସ ଭଳି ରେଳବାଇ ଟିକେଟରେ ୨୦ରୁ ୫୦ ପ୍ରତିଶତ ରିହାତ ମିଳିବ ବୋଲି ଯୋଜନା ପ୍ରସ୍ତୁତ କରାଯାଉଛି। ଅର୍ଥାତ୍‌ ଆପଣ ବିମାନ ଯାତ୍ରା ଭଳି ରେଳ ଯାତ୍ରାର ଯୋଜନା ଯଦି ଦୀର୍ଘଦିନ ପୂର୍ବରୁ କରୁଛନ୍ତି ତେବେ ରେଳ ଟିକେଟରେ ବମ୍ପର ରହାତି ପାଇ ପାରିବେ। ତେବେ ଭଡ଼ା ନିର୍ଦ୍ଧାରଣ କମିଟିଙ୍କ ପ୍ରସ୍ତାକୁ ରେଳବାଇ ଯଦି ସ୍ୱୀକାର କରି ନିଅନ୍ତି ତେବେ ଏହି ରିହାତି ଯାତ୍ରୀଙ୍କୁ ଖୁବ୍‌ ଶୀଘ୍ର ମିଳିବ ବୋଲି ସୂଚନା ମିଳିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୌଣସି ଟ୍ରେନ୍‌ର ସିଟି ସଂଖ୍ୟା ଆଧାରରେ ଭଡାରେ ରିହାତି ଦେବାର ପ୍ରସ୍ତାବ ଦିଆଯାଇଛି। ଅଧିକାରୀଙ୍କ କହିବାନୁସାରେ, ଏୟାରଲାଇନ୍ସ ଭଡା ବ୍ୟବସ୍ଥା ଭଳି ଯଦି ରେଳ ଟିକେଟ ମାସକୁ ପୂର୍ବରୁ ଯାତ୍ରୀ ବୁକ୍‌ କରିବେ, ତେବେ ସେଥିରେ ବମ୍ପର ରିହାତି ମିଳି ପାରିବ।

୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରସ୍ତାବିତ ରହାତି, ବୁକିଂ ସମୟରେ ଉପଲବ୍ଧ ଥିବା ସିଟ୍‌ ସଂଖ୍ୟା ଉପରେ ନିର୍ଭର କରିବ। ସମିତି ଏହାବି କହିଛନ୍ତି, ଯେଉଁଭଳି ଭାବେ ବିମାନ ଯାତ୍ରାରେ ଆଗ ସିଟ ପାଇଁ ଅଧିକ ଟଙ୍କା, ପଛର ସିଟ୍‌ ପାଇଁ ତାହାଠାରୁ କମ୍‌ ଟଙ୍କା ସମାନ ବ୍ୟବସ୍ଥା ରେଳବାଇରେ ଲାଗୁ ହେବ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଅନ୍ତସତ୍ତ୍ୱା ମହିଳାଙ୍କ ପାଇଁ ସିଟ୍‌ର ଆବଣ୍ଟର ମାଗଣାରେ କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଜାରି କରାଯାଇଛି।

ରେଳବାଇ ଏହି ପ୍ରସ୍ତାବକୁ ମଞ୍ଜୁରି କରିବା ପୂର୍ବରୁ କିଛି ପରିବର୍ତ୍ତନ କରିବାର ଯୋଜନା ରଖିଛି। ସମିତିରେ ରେଳାବାଇ ବୋର୍ଡର କିଛି ଅଧିକାରୀଙ୍କ ବ୍ୟତୀତ ନିତି ଆୟୋଗ ପରାମର୍ଶ ଦାତା ରବିନ୍ଦ୍ର ଗୋୟଲ, ଏୟାର ଇଣ୍ଡିଆର ଏଗଜିକ୍ୟୁଟିଭ୍‌ ଡାଇରେକ୍ଟର ମିନାକ୍ଷୀ ମଲିକ, ପ୍ରୋଫେସର ଏସ୍‌ ଶ୍ରୀରାମ ଓ ଲି ମେରିଡିୟନର ନିର୍ଦ୍ଦେଶକ ଇତି ମନି ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର