ଇକେସି ସହ ମିଶି କ୍ଷୁଦ୍ର ଟ୍ରାକ୍ଟର ଆଣିବ ଟାଫେ

ଭୁବନେଶ୍ବର,: ଟ୍ରାକ୍ଟର ନିର୍ମାତା ଟା‌ଫେ ଓ ଜାପାନର କୃଷି ଉପକରଣ ନିର୍ମାଣ କରୁଥିବା କଂପାନି ଇସେକି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବୁଝାମଣା ଅନୁସାରେ କ୍ଷୁଦ୍ର ଟ୍ରାକ୍ଟର ନିର୍ମାଣ କରିବାରେ ଯେଉଁ ଜ୍ଞାନ କୌଶଳ ଇସେକି ପାଖରେ ରହିଛି ତାହା ଟାଫେକୁ ମିଳିବ। ସେହି ଜ୍ଞାନକୌଶଳକୁ ବ୍ୟବହାର କରି ଭାରତ ପାଇଁ ଟାଫେ କ୍ଷୁଦ୍ର ଟ୍ରାକ୍ଟର ଉତ୍ପାଦନ କରିବ। ୩୫-୫୪ ଏଚ୍‌ପି କ୍ଷମତା ବିଶିଷ୍ଟ ଟ୍ରାକ୍ଟର ନିର୍ମାଣ କରାଯିବ। ଏହି ଟ୍ରାକ୍ଟରଗୁଡ଼ିକ ଟାଫେର ମଦୁରାଇ କାରଖାନାରେ ନିର୍ମାଣ କରାଯିବ ଓ ୨୦୨୦ ସୁଦ୍ଧା ତାହା ବଜାରକୁ ଆସିବ।

ସମ୍ବନ୍ଧିତ ଖବର