ପ୍ରତିଦିନ ରାସ୍ତାରେ ଦୌଡୁଥିବା ବିଭିନ୍ନ ବ୍ରାଣ୍ଡ, ମଡେଲ, ମୂଲ୍ୟ ଓ କ୍ଷମତାର ବାଇକ୍ ଆମେ ଦେଖୁଛୁ । ତା’ ମଧ୍ୟରେ ରହିଛି ଲୁନା ଓ ସ୍କୁଟି ଠାରୁ ଆରମ୍ଭ କରି ହାର୍ଲେ ଡେଭିଡ୍ସନ ପର୍ଯ୍ୟନ୍ତ । କିନ୍ତୁ ରୟାର ଏନଫିଲ୍ଡ ବା ବୁଲେଟ୍ର କଥା ନିଆରା । ରାସ୍ତାରେ ରୟାଲ ଏନଫିଲଡ୍ ଯାଉଥିଲେ ତାହାର ସାଉଣ୍ଡରୁ ଖଣ୍ଡେ ଦୂରରୁ ବାରି ହୋଇପଡେ । ଏହି ବାଇକର ଭାଇବ୍ରେସନ ବା କମ୍ପନ ତାହାକୁ ଚଳାଉଥିବା ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବଢାଇଦିଏ ବୋଲି କେତେକ ମନେକରନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଥରେ ଚିନ୍ତା କରନ୍ତୁ ତ, ବିନା ଭୁଟ୍ ଭୁଟ୍ ସାଉଣ୍ଡ ଓ କମ୍ପନ ବିଶିଷ୍ଟ ରୟାଲ ଏନଫିଲ୍ଡ । ଏପରି ଏକ ରୟାଲ ଏନଫିଲଡ ଯାହାକି ଏକ ସାଧାରଣ ସ୍କୁଟର ସାଉଣ୍ଡ କରୁଥିବ ଓ ଚାଳକର ଦେହକୁ ନଥରାଇ ଯାଉଥିବ । ଏପରି ହେଲେ ଏହି କ୍ଲାସିକ ବାଇକ୍ ଟି ନିଜର ପରିଚୟ ହରାଇବ।
କିିନ୍ତୁ ଏହା ବୋଧହୁଏ ସତ ହେବାକୁ ଯାଉଛି । କାରଣ ଆଜିକାଲି ସାରା ଦୂନିଆରେ ଇଲେକ୍ଟ୍ରିକ୍ ଗାଡି ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଶ୍ୱ ଧୀରେ ଧୀରେ ପେଟ୍ରୋଲ ଓ ଡିଜେଲ ଯାନ ତ୍ୟାଗ କରି କମ ପ୍ରଦୂଷଣ କରୁଥିବା ଇଲେକଟ୍ରିକ୍ ଓ ହାଇବ୍ରିଡ୍ ଯାନ ଆଡକୁ ଗତି କରୁଛି । ୨୦୩୦ ସୁଦ୍ଧା କେବଳ ଇଲେକଟ୍ରିକ୍ ବାଇକ ଚାଲିବା ବିଷୟ ରେ ଭାରତ ସରକାର ମଧ୍ୟ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରୟାଲ ଏନଫିଲଡ ତିଆରି କରୁଥିବା କମ୍ପାନି ଆଇସର ମଧ୍ୟ ଇଲେକଟ୍ରିକ୍ ବାଇକ୍ ବିକଳ୍ପ ଉପରେ ଚିନ୍ତା କରୁଛି ।
ପାରମ୍ପରିକ ଭାବେ ରୟାଲ ଏନଫିଲଡ୍ର ଇଂଜିନଟି କାଷ୍ଟ ଆଇରନରେ ତିଆରି ହେଉଥିଲା । ଏଥିଲାଗି ଇଂଜିନର ସାଉଣ୍ଡ ଅଧିକ ଥିଲା । ପରେ ଆଲୁମିନିୟମ ତିଆରି ଇଂଜିନ ବ୍ୟବହାର ଫଳରେ ଏହି ସାଉଣ୍ଡ କିଛିଟା କମିଗଲା । କିନ୍ତୁ ଇଲେକଟ୍ରିକ୍ ଇଂଜିନ ହେଲେ ସାଉଣ୍ଡ ଅନେକ ପରିମାଣରେ କମିଯିବ । ଭାଇବ୍ରେସନ ମଧ୍ୟ କମିବ ।
ତେବେ ମୋଟାମୋଟିଭାବେ କମ୍ପାନି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ଏହି କ୍ଲାସିକ୍ ବାଇକ୍ର ପରିଚୟକୁ ବଜାୟ ରଖି ଆଧୁନିକତା ସହ ତାଳ ଦେବାକୁ ହେବ ।