େଓ୍ଵପ୍‌ ସଲ୍ୟୁନ୍‌ସ ଖୋଲିଲା ‘ଏକ୍ସପେରିଏନ୍ସ ଜୋନ୍‌’

ଭୁବନେଶ୍ୱର: ପ୍ରିଣ୍ଟିଂ ସେବା ପ୍ରଦାନକାରୀ ସଂସ୍ଥ େଓ୍ଵପ୍‌ ସଲ୍ୟୁସନ୍ସ ପକ୍ଷରୁ ଖାରବେଳ ନଗରଠାରେ ଥିବା ୟୁନିଟେକ୍‌ ହାଉସ୍‌ରେ ଏକ ଏକ୍ସପେରିଏନ୍ସ ଜୋନ୍‌ ଖୋଲାଯାଇଛି। ଏଠାରେ ରିଟେଲ୍‌ ବିଲିଂକୁ ନେଇ କଂପାନିର ସମସ୍ତ ଉତ୍ପାଦ ପ୍ରଦର୍ଶିତ ହେବ। ଦୋକାନ ମାଲିକ ଓ ବ୍ୟବସାୟୀଙ୍କୁ ଏହା ଜୋନ୍‌ ରିଟେଲ୍‌ ବିଲିଂ ଉପରେ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବ। ଦେଶରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସହର ମଧ୍ୟରେ ଭୁବନେଶ୍ୱର ରହିଛି। ସେଥିପାଇଁ ଆମେ ଏଠାରେ ଆମର ଏକ୍ସପେରିଏନ୍ସ ଜୋନ୍‌ ସ୍ଥାପନ କରିଛୁ ବୋଲି କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ-ପ୍ରିଣ୍ଟିଂ ବ୍ୟବସାୟ ୟୁନିଟ୍‌ ଭେଙ୍କଟେଶ କେ କହିଛନ୍ତି। େଓ୍ଵପ୍‌ ସଲ୍ୟୁନ୍ସର ପ୍ରିଣ୍ଟର୍‌ଗୁଡ଼ିକ ମୂଲ୍ୟ ୬୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ହୋଟେଲ୍‌, ଛୋଟ ଦୋକାନ, ଗ୍ରୋସରି ଦୋକାନ, ପୋଷାକ ଷ୍ଟୋର ଏବଂ ମିଠା ଦୋକାନିମାନେ ଏହି ବିଲିଂ ପ୍ରିଣ୍ଟର୍‌କୁ ଖରିଦ କରିପାରିବେ।

ସମ୍ବନ୍ଧିତ ଖବର