କଳିଙ୍ଗ ସେଲ୍ସରେ ଫ୍ଲାଟ୍‌ ଡିସ୍‌କାଉଣ୍ଟ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଇଲେକ୍‌ଟ୍ରୋନିକ୍ସ ବ୍ୟବସାୟରେ ପ୍ରସିଦ୍ଧି ଲାଭ କରିଥିବା କଳିଙ୍ଗ ସେଲ୍ସ ଆରମ୍ଭ କରିଛି ଫ୍ଲାଟ୍‌ ଡିସ୍‌କାଉଣ୍ଟ ସେଲ୍‌। ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷର ଅଫର ନେଇ ଆରମ୍ଭ ହୋଇଛି ଏହି ସେଲ୍‌। ବ୍ରାଣ୍ଡେଡ୍‌ ଏସି ଗୁଡ଼ିକରେ ୩୫% ଏବଂ ଏଲ୍‌ଇଡି ଟିଭି ଗୁଡ଼ିକରେ ୩୮% ପର୍ଯ୍ୟନ୍ତ ଫ୍ଲାଟ୍‌ ଡିସ୍‌କାଉଣ୍ଟ ରହିଛି। ଏତଦ୍‌ବ୍ୟତୀତ ରେଫ୍ରିଜେରେଟର୍‌, ଓ୍ଵାସିଂମେସିନ୍‌, ମାଇକ୍ରୋେଓ୍ଵଭ୍‌, ଓ୍ଵାଟ୍‌ର ପ୍ୟୁରିଫାୟରରେ ୨୮% ପର୍ଯ୍ୟନ୍ତ ଏବଂ ଓ୍ଵାଟ୍‌ର ହିଟର୍‌ରେ ୧୮% ଫ୍ଲାଟ୍‌ ଡିସ୍‌କାଉଣ୍ଟ ରହିଛି। ଏଠାରେ ୩୨ ଇଞ୍ଚ ଏଲ୍‌ଇଡ଼ି, ଫ୍ରଷ୍ଟ ଫ୍ରି ରେଫ୍ରିଜେରେଟର୍‌ ଏବଂ ଫୁଲି ଅଟୋମେଟିକ୍‌ ଓ୍ଵାସିଂମେସିନ୍‌ର ବଣ୍ଡଲ୍‌ ଅଫର ମୂଲ୍ୟରେ ମୋଟ ୧୯୯୯୦ ଟଙ୍କାର ରିହାତି ରହିଛି। ଆଉ ଏକ ଆକର୍ଷଣୀୟ ଅଫରରେ ଗ୍ରାହକ ଏକ ବ୍ରାଣ୍ଡେଡ଼୍‌ ୩୨ ଇଞ୍ଚ ଏଲ୍‌ଇଡି ଟିଭି ୧୭୯୯୦ ଟଙ୍କାରେ କିଣି ୭୯୯୦ ଟଙ୍କାର ଆକର୍ଷଣୀୟ ସିଲିଂ ଫ୍ୟାନ୍‌ ରିମୋଟ୍‌ ସୁବିଧା ସହିତ ପାଇପାରିବେ। ଏତଦ୍‌ବ୍ୟତୀତ ଗ୍ରାହକ ପ୍ରଡକ୍ଟ କିଣିଲେ ମାଗଣା ଉପହାର ସହିତ କୌଣସି ଡାଉନ୍‌ପେମେଣ୍ଟ ନଦେଇ ସହଜ ଫାଇନାନ୍ସ ସ୍କିମ୍‌ରେ ପ୍ରଡକ୍ଟ ନେଇପାରିବେ। ଗ୍ରାହକ ସ୍କ୍ରାଚ୍‌ ଆଣ୍ଡ୍‌ ଓ୍ଵିନ୍‌ ଅଫର ମାଧ୍ୟମରେ ୧୦୦% କ୍ୟାସ୍‌ବ୍ୟାକ୍‌ ପାଇବାର ସୁଯୋଗ ରହିଛି। ଏହି ଅଫର ୩ ଦିନ ପାଇଁ ଉପଲବ୍ଧ କରାଯାଇଛି ବୋଲି ସୋ’ରୁମ୍‌ର ମ୍ୟାନେଜିଙ୍ଗ୍‌ ପାର୍ଟନର ଦେବବ୍ରତ ଛୋଟରାୟ କୁହନ୍ତି।

ସମ୍ବନ୍ଧିତ ଖବର