ପେଟ୍ରୋଲ୍‌ ପମ୍ପମାନଙ୍କରେ ମାଗଣାରେ ମିଳେ ଏହି ସବୁ ସେବା; ଆପଣ ଏ ସଂପର୍କରେ ଅଗଗତ କି?

ସମସ୍ତଙ୍କର ଲକ୍ଷ୍ୟ ପେଟ୍ରୋଲ୍‌ ପମ୍ପ ଯାଇ ନିଜ ଗାଡ଼ିରେ ପେଟ୍ରୋଲ୍‌ କିମ୍ବା ଡିଜେଲ୍‌ ଭରି କରି ଆଣିବା। ମାତ୍ର ଏହା ବ୍ୟତୀତ ପେଟ୍ରୋଲ୍‌ ପମ୍ପରେ ଆପଣ ଗୁଡ଼ାଏ ସେବାର ଲାଭ ଉଠାଇ ପାରିବେ ଯାହା ସଂପର୍କରେ ହୁଏତ ଆପଣ ଅବଗତ ନଥିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ପେଟ୍ରୋଲ୍‌ ପମ୍ପରେ ଇନ୍ଧନ ବ୍ୟତୀତ ଆଉ କେଉଁ ସେବା ସବୁ ଉପଲବ୍ଧ ହୋଇଥାଏ, ତାହା ପୁଣି ମାଗଣାରେ।

ଆପଣ ସେଠାରେ ନିଜ ଗାଡ଼ିର ପ୍ରେସର ଚେକ୍‌ କରି ପମ୍ପ ଦେଇପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କ ଗାଡ଼ିରେ ପମ୍ପ ଦେବା ପାଇଁ ଆପଣଙ୍କୁ କେହି ଟଙ୍କା ମାଗୁଛନ୍ତି ତେବେ ଆପଣଙ୍କ ତାଙ୍କ ନାମରେ ଅଭିଯୋଗ ଆଣିପାରିବେ।

ପେଟ୍ରୋଲ୍‌ ପମ୍ପମାନଙ୍କରେ ଥିବା ଶୌଚାଳକୁ ବି ଆପଣ ଏକଦମ ମାଗଣାରେ ବ୍ୟବହାର କରିପାରିବବେ। ବିଭିନ୍ନ ଆଡୁ ଆସୁଥିବା ଯାତ୍ରୀମାନେ ପେଟ୍ରୋଲ୍‌ ପମ୍ପର ଶୌଚାଳୟ ବ୍ୟବହାର କଲେ ସେମାନଙ୍କୁ ଆଦୌ ଦେୟ ଦେବାର ନିୟମ ନାହିଁ।

ପେଟ୍ରୋଲ୍‌ ପମ୍ପରେ ଫାଷ୍ଟ-ଏଡ୍‌-ବକ୍ସ ରହିବା ବି ଏକ ରକମର ଅନିବାର୍ଯ୍ୟ। ଯଦି କୌଣସି ଯାତ୍ରୀ କିଛି ଦୁର୍ଘଟଣାର ଶିକାର ହୋଇ ଏଠାକୁ ଆସନ୍ତି ତେବେ ସେ ଏଠାରେ ବିନା ଦେୟରେ ନିଜର ଡ୍ରେସିଂ କରାଇ ପାରିବେ।

ପେଟ୍ରୋଲ୍‌ ପମ୍ପର କର୍ମଚାରୀମାନେ ଇଚ୍ଛା ପ୍ରକାଶ କରୁଥିବା ଗ୍ରାହକଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ତଥ୍ୟ ଦେବା ପାଇଁ ବାଧ୍ୟ। ଗ୍ରାହକ ତାଙ୍କୁ ତୈଳ କିମ୍ବା ନିୟମ ସଂପର୍କିତ ପ୍ରଶ୍ନ ପଚାରିଲେ ସେମାନେ ଗ୍ରାହକଙ୍କୁ ଏ ବାବଦରେ ବିନା ଦ୍ୱିଧାରେ ବୁଝାଇବେ।

ଯଦି ଆପଣ ଏସବୁ ସୁବିଧରୁ ବଞ୍ଚିତ ହେଉଛନ୍ତି ତେବେ ଆପଣ ନିମ୍ନୋକ୍ତ ନମ୍ବରରେ ଅଭିଯୋଗ ଆଣିପାରିବେ।

ଆଇଓସିଏଲ୍‌: ୧୮୦୦-୨୩୩୩-୫୫୫, www.iocl.com
ଏଚ୍‌ପିସିଏଲ୍‌: ୧୮୦୦-୨୩୩୩-୫୫୫, www.hindustanpetroleum.com
ବିପିସିଏଲ୍‌: ୧୮୦-୨୨-୪୩୪୪, www.bharatpetroleum.com

ସମ୍ବନ୍ଧିତ ଖବର