ସୁନାଦର ୩୦ ଟଙ୍କା ହ୍ରାସ, ଆଗକୁ ବଢିବା ସମ୍ଭାବନା

ନୂଆଦିଲ୍ଲୀ : ଆଜି ସୁନାଦର ମାତ୍ର ୩୦ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୦ ଟଙ୍କା ହ୍ରାସ ପାଇ ୩୮,୯୫୫ ଟଙ୍କାରେ ପହଞ୍ଚିଛି । ଗତ କିଛି ସପ୍ତାହଧରି ସୁନା କ୍ରମାଗତଭାବେ ବଢିଚାଲିଥିଲା । ଆଜି କିନ୍ତୁ ରୁପାଦର ମଧ୍ୟ ବୃଦ୍ଧି ପାଇଛି । ରୁପା କିଲୋଗ୍ରାମ ପିଛା ୧୫୦ ଟଙ୍କା ବୃଦ୍ଧି ପାଇ ୪୬,୭୫୦ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ଭାରତରେ ସୁନାଦର ହ୍ରାସ ପାଇଥିବା ଜଣାଯାଇଛି । ଆହୁରି ମଧ୍ୟ ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା ରୁପା କ୍ରୟ ହ୍ରାସ ଯୋଗୁଁ ଏହା ହୋଇଛି ବୋଲି ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି । କିନ୍ତୁ ଆଗକୁ ଧନତେରସ ଓ ଦୀପାବଳୀ ଥିବାରୁ ସୁନାଦର ବଢିବା ସମ୍ଭାବନା ରହିଛି ବୋଲି ଟ୍ରେଡର ମାନେ କହିଛନ୍ତି ।

ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୪୮୮.୭୬ ଡଲାରରେ ପହଞ୍ଚିଛି । ରୁପା ମଧ୍ୟ ଆଉନ୍ସ ପିଛା ୧୭.୬୭ ଡଲାରକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର