ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ: ଗତ ମାର୍ଚରେ ରେକର୍ଡ ପରିମାଣର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ହୋଇଛି। ଏହି ମାସରେ ୧ ଲକ୍ଷ ୬ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି ଯାହା ‌ଗତ ଫେବ୍ରୁଆରିରେ ଆଦାୟ ହୋଇଥିବା ୯୭,୨୪୭ କୋଟି ଟଙ୍କା ଠାରୁ ବହୁତ ଅଧିକ। ମାର୍ଚରେ ୨୦,୩୫୩ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୨୭,୫୨୦ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୫୦,୪୧୮ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଆଦାୟ ହୋଇଛି। ଏଥି ସହିତ ୮୨୮୬ କୋଟି ଟଙ୍କାର ସେସ୍‌ ମଧ୍ୟ ଆଦାୟ କରାଯାଇଛି। ମାର୍ଚରେ ୭୫.୯୫ ଲକ୍ଷ ଜିଏସ୍ଟି ରିଟର୍ଣ୍ଣ ଫାଇଲ୍‌ ହୋଇଛି। ଜିଏସ୍‌ଟି ଲାଗୁ ହେବା ପର ଠାରୁ ମାର୍ଚରେ ସବୁଠୁ ଅଧିକ ଟିକସ ଆଦାୟ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ମାସିକ ହାରାହାରି ୯୮,୧୧୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି ଯାହା ପୂର୍ବବର୍ଷର ହାରାହାରି ଆଦାୟ ତୁଳନାରେ ୯.୨% ଅଧିକ।

ସମ୍ବନ୍ଧିତ ଖବର