ଜର୍ମାନୀରେ ଟେକ୍ ସେଣ୍ଟର ଖୋଲିଲା ହିରୋ ମୋଟୋକର୍ପ

ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ଜର୍ମାାନୀରେ ପ୍ରଥମ ରିସର୍ଚ୍ଚ ଏବଂ ଡେଭଲପ୍ମେଂଟ୍ ସେଂଟର ହିରୋ ଟେକ୍ ସ୍ଥାପିତ ହୋଇଛି ।

ଏହା ଜର୍ମାନୀର ମୁନିକ୍ ନିକଟରେ ସ୍ଥାପିତ ହୋଇଛି । ଏହା ହିରୋର ବିଶ୍ୱସ୍ତୟରୀୟ ଅପରେଶନ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଭାରତର ରାଜସ୍ଥାନର ଜୟପୁରଠାରେ ଥିବା ଆର୍ ଆଣ୍ଡ୍ ଡି ଇନୋଭେସନ୍ ତଥା ଜ୍ଞାନକୌଶଳ କେନ୍ଦ୍ର ଭଳି ଏହା କାର୍ଯ୍ୟ କରିବ ।

ଏହି ଅବସରରେ ହିରୋ ମୋଟୋକର୍ପ ଲିଃ.ର ଅଧ୍ୟକ୍ଷ, ଡ. ପୱନ ମୁଞ୍ଜଲ୍ କହିଲେ, “ଜର୍ମାନୀରେ ହିରୋର ଡିରୋ ଟେକ୍ ସେଂଟର ବିଶ୍ୱସ୍ତରରେ ୟାମର ଆର୍ ଆଣ୍ଡ ଡି ଇକୋ ସିଷ୍ଟଔମ୍କୁ ଉପଲବ୍ଧି କରାଇବାକୁ ସକ୍ଷମ ହେବ । ୨୦୧୬ରେ ଭାରତର ରାଜସ୍ଥାନର ଜୟପୁରଠାରେ ଏଭଳି ଆର୍ ଆଣ୍ଡ୍ ଡି ଇନୋଭେସନ୍ ତଥା ଜ୍ଞାନକୌଶଳ କେନ୍ଦ୍ର ସ୍ଥାପିତ ହୋଇଥିଲା । ଏହି ନୂତନ କେନ୍ଦ୍ର ବିଶ୍ୱସ୍ତରୀୟ ଗ୍ରାହକଙ୍କ ପାଇଁ ବଶେ୍ ଉପଯୋଗୀ ସାବ୍ୟସ୍ତ ହେବ ।”

ହିରୋ ପକ୍ଷରୁ ଇଟାଲୀ, ସ୍ପେନ୍, ଥାଇଲାଣ୍ଡ ଆଦିଠାରେ ଦକ୍ଷ ଇକୋ ସିଷ୍ଟମ୍ ଜ୍ଞାନକୌଶଳ କେନ୍ଦ୍ର ସ୍ଥାପିତ ହୋଇଛି ।

ଜର୍ମାନୀର ଏହି କେନ୍ଦ୍ର ହିରୋ ମୋଯୋକର୍ପ ମୁଖ୍ୟ ଟୋକ୍ନୋଲୋଜି ଅଫିସର ଡ. ମାର୍କସ୍ ବ୍ରାଉନ୍ସ୍ପେରଜରଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବ । ସେ ଏହାର ବିକାଶ ଓ ରିସର୍ଚ୍ଚ ଉପରେ ଗୁରୁତ୍ୱାରୋପ କରିବେ ।

ସମ୍ବନ୍ଧିତ ଖବର