ଲଣ୍ଡନ: ଆଜିକା ସମୟରେ ଅନ୍ଲାଇନ୍ ସପିଂର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ସମୟ ବଞ୍ଚାଇବାକୁ ଯାଇ ଅନେକ ସମୟରେ ଲୋକମାନେ ଅନ୍ଲାଇନ୍ ସପିଂର ସାହାରା ନେଇ ଥାଆନ୍ତି। ତେବେ ଆପଣ ଏଣିକି ଅନ୍ଲାଇନ୍ରୁ ମଣିଷ ଖପୁରୀ ଓ ହାଡ କିଣି ପାରିବେ ବୋଲି ଖବର ମିଳିଛି। ଏହା ଶୁଶିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ କିଛିବର୍ଷ ମଧ୍ୟରେ ଅନ୍ଲାଇନ୍ରେ ମଣିଷ ଖପୁରୀ ବିକ୍ରିର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଛି। ବିଶେଷ ଭାବେ ବ୍ରିଟେନ୍ରେ ଇନ୍ଷ୍ଟାଗ୍ରାମ୍ରେ ଏହି ମଣିଷ ଖପୁରୀ ବିକ୍ରି ହେଉଛି। ଲୋକମାନେ ଏହାକୁ କିଣୁବିଛନ୍ତିି। କିଛି ବିଶେଷଜ୍ଞଙ୍କ କହିବାନୁସାରେ ଏହି ବ୍ୟବସାୟ ପ୍ରତି ବର୍ଷ ବଢ଼ୁଥିବା ବି ରିପୋର୍ଟରୁ ଜଣାପଡ଼ିଛି। ପ୍ରତିବର୍ଷ ଏହାକୁ ନେଇ ୭୦ ଲକ୍ଷ ଟଙ୍କାର ବ୍ୟବସାୟ ହେଉଛି।
ପ୍ରକାଶିତ ରିପୋର୍ଟ ମୁତାବକ, ମଣିଷ ଖପୁରୀ ଓ ହାଡ ବିଶେଷ ଭାବେ ରିସର୍ଚ୍ଚ ଓ ମେଡିକାଲ ସାଇନ୍ସ ପାଇଁ କ୍ରୟ କରାଯାଇଥାଏ। ସେହିପରି ଜୀବ ବିଜ୍ଞାନ ଓ ମାନବ ଶରୀରର ଅଧ୍ୟୟନ ପାଇଁ ବି କିଣାଯାଇଥାଏ। ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ ୟୁକେରେ ମଣିଷ ହାଡ ଓ ଖପୁରୀ ବିକ୍ରି କରିବାକୁ ନେଇ କୌଣସି ବି ପ୍ରତିବନ୍ଧକ ନାହିଁ। ତେଣୁ ସହଜ ଓ ସୁବିଧାରେ ଏହା ଉପଲବ୍ଧ ହୋଇପାରୁଛି।