ଶୀଘ୍ର ବ୍ରିଟେନ୍‌କୁ ଟପିବ ଭାରତ: ମୋଦୀ

ଅଞ୍ଜର୍‌: ବ୍ରିଟେନ୍‌ର ଅର୍ଥନୀତିକୁ ଭାରତ ଖୁବ୍‌ଶୀଘ୍ର ଟପିଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁଜରାଟରେ ଏକ ଏଲ୍‌ଏନ୍‌ଜି ଓ ଗ୍ୟାସ୍‌ ପ୍ରକଳ୍ପକୁ ଉଦ୍‌ଘାଟନ କରିବା ଅବସରରେ ଉଦ୍‌ବୋଧନ ଦେଇ ସେ କହିଲେ, ବିଗତ ୬୦ ବର୍ଷ ଭିତରେ ୧୩ କୋଟି ଗ୍ୟାସ୍‌ ସଂଯୋଗ ପ୍ରଦାନ କରାଯାଇଥିଲା। ଆମ ସରକାର ଚାରି ବର୍ଷ ଭିତରେ ୧୦ କୋଟି ସଂଯୋଗ ପ୍ରଦାନ କରିଛି। ‌ସେ କହିଛନ୍ତି ଯେ, ଆର୍ଥିକ ବିକାଶ ପାଇଁ ଶକ୍ତି ନିହାତି ଆବଶ୍ୟକ। ଏହା ବିନା ମୋବାଇଲ୍‌ ଫୋନ୍‌ଟିଏ ମଧ୍ୟ ଚାର୍ଜ ହୋଇପାରିବନି। ଦାରିଦ୍ର୍ୟରୁ ମୁକ୍ତି, ଆର୍ଥିକ ବିକାଶ ଓ ସ୍ବାବଲମ୍ବୀ ହେବାକୁ ଚାହୁଥିବା ଦେଶ ପାଇଁ ଶକ୍ତି ନିହାତି ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର