ଏଣିକି ରେଳବାଇ ଜାରି କଲା ରୋଷେଇଶାଳାର ସିଧାସଳଖ ଦୃଶ୍ୟ, ଏପରି ଦେଖି ପାରିବେ ଯାତ୍ରୀ

ନୂଆଦିଲ୍ଲୀ: ରେଳବାଇର ଖାଦ୍ୟର ଗୁଣବତ୍ତାକୁ ନେଇ ଅନେକ ଥର ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ରେଳମନ୍ତ୍ରୀ ପିୟୁଷ ଗୋଏଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରେଳମନ୍ତ୍ରୀ ରେଲେଓ୍ଵ ରୋଷେଇ ଶାଳାର ଲାଇଭ୍‌ ଷ୍ଟ୍ରିମିଙ୍ଗର ଘୋଷଣା କରିଛନ୍ତି। ରେଳ କ୍ୟାଣ୍ଟିନ୍‌ରେ କ୍ୟାମେରା ଲଗାଇ ଲାଇଭ୍‌ ଷ୍ଟ୍ରିମିଂ ଆରମ୍ଭ କରି ଦେଇଛନ୍ତି।

ଏଣିକ ଯାତ୍ରୀ ଘରେ ବସି ନିଜ ଫୋନ୍‌ ଓ ଲ୍ୟାପଟପ୍‌ ଜରିଆରେ ରେଳ କ୍ୟାଣ୍ଟିନ୍‌ରେ ଖାଦ୍ୟ କିଭଳି ଶୈଳୀରେ ପ୍ରସ୍ତୁତ ହେବାଠାରୁ ଆରମ୍ଭ କରି ପ୍ୟାକେଜିଂ, ସଫାସୁତରା ଆଦି ଉପରେ ନଜର ରଖି ପାରିବେ। ବର୍ତ୍ତମାନ ଏହି ବ୍ୟବସ୍ଥା ପାଇଲଟ ସ୍ତରରେ ଆରମ୍ଭ କରାଯାଇଛି।

ତେବେ ଆସନ୍ତୁ ଜାଣିବା କେମିତି ଦେଖିପାରିବେ କିଚେନ୍‌ର ଲାଇଭ୍‌ ଷ୍ଟ୍ରିମିଂ

ରେଳର କିଚେନ୍‌ର ଲାଇଭ୍‌ ଷ୍ଟ୍ରିମିଂ ଦେଖିବା ପାଇଁ ପ୍ରଥମେ ଆପଣଙ୍କୁ ଆଇଆରସିଟିସିର େଓ୍ଵବସାଇଟ୍‌ Irctc.co.inକୁ ଯିବାକୁ ପଡ଼ିବ। ଦଶମ ଷ୍ଟେପ୍‌ ହୋମ ପେଜରେ ଆପଣଙ୍କୁ ଗ୍ୟାଲେରିରେ ଏକ ବିକଳ୍ପ ମିଳିବ, ଯାହା ଉପରେ କ୍ଲିକ୍‌ କରିବାକୁ ପଡ଼ିବ।

ଯେମିତି ହିଁ ଆପଣ ଏହି ବିକଳ୍ପ ଉପରେ କ୍ଲିକ୍‌ କରିବେ ଆପଣଙ୍କ ସାମ୍ନାରେ ଏକ ନୂତନ ପେଜ ଖୋଲିଯିବ। ଏହି ପେଜରେ ପହଞ୍ଚିବା ପରେ ଆପଣଙ୍କୁ ଭିଡିଓର ବିକଳ୍ପ ଚୟନ କରିବାକୁ ପଡ଼ିବ। ଏହାପରେ ‘Click Here For Live Streaming of IRCTC Kitchens – Pilot’ ଅପସନ୍‌ ଦେଖିବାକୁ ପାଇବେ। ଯାହା ଉପରେ କ୍ଲିକ୍‌ କଲେ ଭିଡିଓ ବିକଳ୍ପ ଖୋଲିଯିବ। ପ୍ରତ୍ୟେକ ଭିଡିଓ ତଳେ ସେହି କିଚେନ୍‌ ଜୋନ୍‌ର ନାମ ଥିବ।

ସମ୍ବନ୍ଧିତ ଖବର