ସାମସଙ୍ଗ ଗାଲାକ୍ସିର ଏହି ଦୁଇଟି ମଡେଲ କିଣିଲେ ଜିଓ ଦେଉଛି ୨୭୫୦ ଟଙ୍କାର କ୍ୟାସବ୍ୟାକ

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ପକ୍ଷରୁ ସାମସଙ୍ଗ ମୋବାଇଲ ସହ ମିଶି ଏକ ଆକର୍ଷଣୀୟ କ୍ୟାସବ୍ୟାକ ଅଫର ଘୋଷଣା କରାଯାଇଛି । ଏହି ଅଫର ଅନୁସାରେ ସାମସଙ୍ଗ ଗାଲାକ୍ସି ଜେ୨ ଓ ଗାଲାକ୍ସି ଜେ୭ ଡୁଓ ସ୍ମାର୍ଟଫୋନ କିଣିଲେ ଜିଓ ପକ୍ଷରୁ ୨୭୫୦ ଟଙ୍କାର କ୍ୟାସବ୍ୟାକ ଓ ଦୁଇଗୁଣ ଡାଟା ମିଳିବ ।
ସାମସଙ୍ଗ ପକ୍ଷରୁ ଚଳିତ ବର୍ଷ ଲଞ୍ଚ କରାଯାଇଥିବା ଗାଲାକ୍ସି ଜେ୨ କିଣିଲେ ୨୭୫୦ ଟଙ୍କା ଇନଷ୍ଟାଣ୍ଟ କ୍ୟାସବ୍ୟାକ ମିଳିବ ଓ ୧୦୦ ଜିବି ୪ଜି ଡାଟା ମିଳିବ । ଏହି ଡବଲ ଡାଟା ସୁବିଧା କେବଳ ୧୯୮ ଓ ୨୯୯ ଟଙ୍କିଆ ପ୍ଲାନ ପକାଇଲେ ମିଳିବ । ତେବେ ୨୭୫୦ ଟଙ୍କାର ଏହି କ୍ୟାସବ୍ୟାକ ୫୦ଟଙ୍କା ଲେଖାଏଁ ମୋଟ ୫୫ଟି ଭାଉଚର ଆକାରରେ କେବଳ ମାଇଜିଓ ଆପ ମାଧ୍ୟମରେ ମିଳିବ । ସେହିପରି ୧୦୦ ଜିବି ଡାଟା ଏକାଥରକେ ନମିଳି ୧୦ ଜିବି ଲେଖାଏଁ ୧୦ଟି ଭାଉଚରରେ ମିଳିବ । ଅନ୍ୟପକ୍ଷରେ ଗାଲାକ୍ସି ଜେ୭ ଡୁଓ ସ୍ମାର୍ଟଫୋନ କିଣିଲେ ମଧ୍ୟ ୨୭୫୦ ଟଙ୍କାର କ୍ୟାସବ୍ୟାକ ମିଳିବ । ଏହି କ୍ୟାସବ୍ୟାକ ମଧ୍ୟ ୫୦ ଟଙ୍କା ଲେଖାଏଁ ୫୫ଟି ଭାଉଚରରେ ମିଳିବ । ସେହିପରି ୧୯୮ ଟଙ୍କା ବା ଅଧିକ ମୂଲ୍ୟର ରିଚାର୍ଜ କଲେ ଏହି ଡବଲ ଡାଟା ସୁବିଧା ମିଳିପାରିବ । ମାଇଜିଓ ଆପରେ ହିଁ ଏହି ରିଚାର୍ଜ କରିହେବ ।

ସମ୍ବନ୍ଧିତ ଖବର