ୟୁପିଏ ଅମଳର ଅଭିବୃଦ୍ଧି ହାରକୁ ଟପି ପାରିବେନି ମୋଦି : ମନମୋହନ

ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ । ସୁରତରେ ଏକ ଜନସଭାରେ ସେ କହିଛନ୍ତି ଯେ ମୋଦି ସାଧାରଣ ଲୋକଙ୍କ କଷ୍ଟକୁ ବୁଝିବାରେ ବିଫଳ ହୋଇଛନ୍ତି ।

ବିମୁଦ୍ରାୟନ ପରି ଏକ ତ୍ରୁଟିପୂର୍ଣ୍ଣ ପଦକ୍ଷେପ ଓ ଜିଏସଟି ପରି ଏକ ଅଧାପନ୍ତରିଆ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ମୋଦି ସାଧାରଣ ଲୋକ ଯେ କି କି ଅବସ୍ଥା ଭୋଗିବେ ତାହା ବୁଝିପାରିନାହାନ୍ତି । ନିଜକୁ ଗୁଜୁରାଟର ବନ୍ଧୁ ବୋଲି ଦାବି କରୁଥିବା ମୋଦି ସାଧାରଣ ଗୁଜୁରାଟିଙ୍କ ସମସ୍ୟାକୁ ଧରିପାରିନାହାନ୍ତି ।

ବିମୁଦ୍ରାୟନ ଓ ଜିଏସଟି ଲାଗୁ ପୂର୍ବରୁ ସାଧାରଣ ଗୁଜୁରାଟିର ବ୍ୟବସାୟ ଯେ କିପରି ପ୍ରଭାବିତ ହେବ ତାହା କେହି ବୁଝିବାକୁ ଆସିନାହାନ୍ତି । ଲୋକଙ୍କୁ ପ୍ରଭାବିତ କରିବାକୁ ମୋଦି ଆହୁରି ଉଚ୍ଚସ୍ତରର ଉପାୟ ଅବଲମ୍ବନ କରିବା ଆବଶ୍ୟକ ବୋଲି ମନମୋହନ କହିଛନ୍ତି ।
ଦେଶର ଜିଡିପି ଅଭିବୃଦ୍ଧି ବଢିଥିଲେ ମଧ୍ୟ ତାହା ୟୁପିଏ ଅମଳର ଜିଡିପି ହାର ତୁଳନାରେ କମ ରହିଛି । ଅର୍ଥନୀତିରେ ଏବେ ମଧ୍ୟ ଅନେକ ଅସ୍ଥିରତା ରହିଛି ବୋଲି ସେ କହିଛନ୍ତି । ମୋଦି କେବେ ମଧ୍ୟ ୟୁପିଏର ଅଭିବୃଦ୍ଧି ହାରକୁ ଟପିପାରିବେ ନାହିଁ ବୋଲି ମନମୋହନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର