କନ୍ଧମାଳର ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ମୋବାଇଲ୍‌ ସେବା

ଭୁବନେଶ୍ୱର: ମୋବାଇଲ୍‌ ସିଗ୍‌ନାଲ୍‌ ଯେଉଁ ଅଞ୍ଚଳ ପାଇଁ ସ୍ୱପ୍ନ ଥିଲା ସେଭଳି ଏକ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ମୋବାଇଲ୍‌ ବ୍ୟବହାର କରୁଛନ୍ତି। ଏହି ଅଞ୍ଚଳଟି ହେଉଛି କନ୍ଧମାଳ ଜିଲ୍ଲାର ତମାଙ୍ଗି ଗ୍ରାମ। ସ୍ୱତନ୍ତ୍ର ଉଦ୍ୟମକୁ ପ୍ରଂଶସା କରାଯାଇଛି । ଏହି ଗାଁଠାରୁ ୨୫ କିଲୋମିଟର ଦୂରରେ ଏକ ମୋବାଇଲ୍‌ ଟାଓ୍ଵାର ଥିଲା। କୌଣସି ଫାଇବର୍‌ କିମ୍ବା ମାଇକ୍ରୋେଓ୍ଵଭ୍‌ର ସୁବିଧା ମଧ୍ୟ ନଥିଲା। ଗାଁ ପାଖରେ ଥିବା ଏକ ପାହାଡ଼ ଶିଖରରେ ପହଞ୍ଚିଲେ ହିଁ ମୋବାଇଲ୍‌ରେ ଟାଓ୍ଵାର ଆସୁଥିଲା। ରିପିଏଟର୍‌ ଜରିଆରେ ଏହି ଗାଁକୁ ମୋବାଇଲ୍‌ ସଂଯୋଗ ପ୍ରଦାନ କରିବା ଏକ ଆହ୍ଵାନ ଥିଲା। କାରଣ ଗୋଟିଏ ରିପିଏଟର୍‌ରେ ସେହି କାମ ହୋଇପାରିନଥାନ୍ତା। ପାହାଡ଼ ଉପରେ ଏକ ୟାଗି ଆଣ୍ଟିନା ସ୍ଥାପନ କରି ଏହି ଗ୍ରାମକୁ ମୋବାଇଲ୍‌ ସଂଯୋଗ ପ୍ରଦାନ କରାଯାଇଛି। ଏହା ପରେ ତମାଙ୍ଗି ଗ୍ରାମରେ ଏକ ରିପିଏଟର ସ୍ଥାପନ କରାଗଲା ଓ ଏକ ପୁରୁଣା ୨ଟି ଆଣ୍ଟିନା ଜରିଆରେ ଆଉଟ୍‌ପୁଟ୍‌ ଚ୍ୟାନେଲ୍‌ର ସିଗ୍‌ନାଲ୍‌ ବୃଦ୍ଧି କରାଗଲା। ଦେଶର ଅନ୍ୟତମ ଅଗ୍ରଣୀ ମୋବାଇଲ୍‌ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ୍‌ର ଉଦ୍ୟମରେ ଏହି କାର୍ଯ୍ୟ କରାଯାଇଛି। କଂପାନିର ସ୍ଥାନୀୟ ଟିମ୍‌ କଠିନ ପରିଶ୍ରମ କରି ଏହି କାର୍ଯ୍ୟ ସମାପନ କରିଛନ୍ତି। ଫଳରେ ତମାଙ୍ଗି ଗ୍ରାମର ଲୋକମାନେ ଏବେ ମୋବାଇଲ୍‌ ସଂଯୋଗ ପାଇପାରିଛନ୍ତି। ଏହି ଉଦ୍ୟମ ପାଇଁ ନିକଟରେ ଚିଲିକାଠାରେ ଆୟୋଜିତ ସର୍ବଭାରତୀୟ ଟର୍ମ ସେଲ୍‌ ସମ୍ମିଳନୀରେ ଏୟାରଟେଲ୍‌ର ଟିମ୍‌କୁ ଟେଲିକମ୍‌ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଥିଲା। କଂପାନି ଟିମ୍‌ରେ ଥିବା ଘନଶ୍ୟାମ ଭଟ୍ଟାଚାର୍ଯ୍ୟ ଓ ପବିତ୍ର ରାଉତ କେନ୍ଦ୍ର ଟେଲିକମ୍‌ ସଚିବଙ୍କଠାରୁ ସ୍ୱତନ୍ତ୍ର ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର