ନୋକିଆ ଆଣିଲା ୩ଟି ନୂଆ ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ନୋକିଆ ବ୍ରାଣ୍ଡ୍‌ର ତିନିଟି ନୂଆ ସ୍ମାର୍ଟଫୋନ୍‌ ନୋକିଆ ୮ ସିରୋକ୍କୋ, ନୋକିଆ ୭ ପ୍ଲସ୍‌ ଏବଂ ନୋକିଆ ୬କୁ ଉନ୍ମୋଚନ କରାଯାଇଛି। ଏସବୁ ଫୋନ୍‌କୁ କଂପାନି ପକ୍ଷରୁ ଚଳିତ ବର୍ଷ ଫେବ୍ରୁଆରିରେ ବାର୍ସିଲୋନାଠାରେ ଅନୁଷ୍ଠିତ ହୋଇଥିବା ମୋବାଇଲ୍‌ ଓ୍ଵାର୍ଲଡ୍‌ କଂଗ୍ରେସରେ ଉନ୍ମୋଚନ କରାଯାଇଥିଲା। ନୋକିଆ ୮ ସିରୋକୋର ମୂଲ୍ୟ ୪୯,୯୯୯ ଟଙ୍କା ରହିଛି। ନୋକିଆ ୭ ପ୍ଲସ୍‌ର ମୂଲ୍ୟ ୨୫,୯୯୯ ଟଙ୍କା ଓ ନୋକିଆ ୬ର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ବିଭିନ୍ନ ଅଫର ସହିତ ଏହି ଫୋନ୍‌ଗୁଡ଼ିକ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର