ଆମ୍ରି ହସ୍ପିଟାଲ୍ସରେ ନୂଆ ଟ୍ରମା ସେଣ୍ଟର୍‌

ଭୁବନେଶ୍ବର: ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ବରରେ ନୂଆ ଟ୍ରମା ସେଣ୍ଟର୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ପୁଲିସ କମିସନର ସତ୍ୟଜିତ ମହାନ୍ତି ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବାଇକ୍‌ ଆମ୍ବୁଲାନ୍ସ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି। ଟ୍ରମା ପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଟ୍ରମା ସେଣ୍ଟର୍‌ରେ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଏହା ଚବିଶ ଘଣ୍ଟା କାମ କରିବ। ଏଥିରେ ବିଭିନ୍ନ ପ୍ରକାର ସର୍ଜନଙ୍କ ଠାରୁ ଆରମ୍ଭ କରି ତାଲିମପ୍ରାପ୍ତ ଓ ଜରୁରୀକାଳୀନ ଫିଜିସିଆନ୍ ଏବଂ ଦକ୍ଷ ଷ୍ଟାଫ୍‌ଙ୍କ ଏକ ଟିମ୍ ରହିଛି। ‌ଦୁର୍ଘଟଣା ସମୟରେ ତ୍ବରିତ ସେବା ପ୍ରଦାନ କରିବା ପାଇଁ ବାଇକ୍ ଆମ୍ବୁଲାନ୍ସ କାମ କରିବ। ଏହି ଅବସରରେ ହସପିଟାଲ୍‌ର ୟୁନିଟ୍‌ ମୁଖ୍ୟ ସିଏଲ୍‌ଏନ୍ ରେଡ୍ଡି, ଏଭିପି (ମେଡିକାଲ୍ ଆଡମିନିଷ୍ଟ୍ରେସନ) ଚିରନ୍ତନ ବୋଷ, ଆମ୍ରି ଇନଷ୍ଟିଚ୍ୟୁଟ୍‌ ଅଫ୍ ଏମର୍ଜେନ୍ସି ମେଡିସିନ୍ ଆଣ୍ଡ ଆଡଭାନ୍ସଡ୍‌ ଟ୍ରମା ସେଣ୍ଟର୍‌ର ବିଭାଗ ମୁଖ୍ୟ ଡକ୍ଟର ସାଜିଦ ନୋମାନି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର