ନୋକିଆ, ଲେନୋଭୋ ଓ ସାମସଙ୍ଗ ସ୍ମାର୍ଟଫୋନ୍‌ର ଦର କମିଲା, ମିଳିବ ୪ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ: ନୋକିଆ ୬ ଓ ଲେନୋଭୋ କେ୮ ପ୍ଲସ୍‌ ଦରରେ ଜବରଦସ୍ତ ହ୍ରାସ ଘଟିଛି। ଏହା ବ୍ୟତୀତ ଆମାଜନ୍‌ରେ ସାମସଙ୍ଗ କାର୍ନିଭାଲ ବି ଆରମ୍ଭ ହୋଇଛି। ଏଥିରେ ସାମସଙ୍ଗର ସ୍ମାର୍ଟଫୋନ୍‌ରେ ବି ରିହାତି ଓ ଏକ୍ସଚେଞ୍ଜ ଅଫର ଆଦି ପ୍ରଦାନ କରାଯାଇଛି। ନୋକିଆ ୬ର ୩ଜିବି ଫୋନ୍‌ର ଦର ୧,୫୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଆର୍ଥାତ୍‌ ଗ୍ରାହକ ଏଣିକି ନୋକିଆ ୬କୁ ୧୩,୪୯୯ଟଙ୍କାରେ କ୍ରୟ କରି ପାରିବେ। ସେହିପରି ତିନିଟି କ୍ୟାମେରା ଥିବା ଲେନୋଭୋ କେ୮ପ୍ଲସ ମୂଲ୍ୟ ୩,୦୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇ ବର୍ତ୍ତମାନ ମୂଲ୍ୟ ୭,୯୯୯ଟଙ୍କା ରହିଛି।

କେବଳ ଏତିକି ନୁହେଁ ସାମସଙ୍ଗ କାର୍ନିଭାଲ କଥା କହିବା ତ ଏହି କାର୍ନିଭାଲ ଆମାଜନରେ ଆରମ୍ଭ ହୋଇଛି। ଏହା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ନିଭାଲରେ ସାମସଙ୍ଗ ଗାଲାକ୍ସି ଏ୮+, ଗାଲାକ୍ସି ଜେ୭ ପ୍ରାଇମ୍‌ ୨ର ମୂଲ୍ୟ ୪୦୦୦ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। । ସେହିପରି ଗାଲାକ୍ସି ଅନ୍‌ ୭ ପ୍ରୋ ୬୪ଜିବି ଫୋନ୍‌ ମୂଲ୍ୟରେ ୨,୦୦୦ଟଙ୍କା, ଗାଲକ୍ସି ଅନ୍‌ ୫ ପ୍ରୋ ମୂଲ୍ୟରେ ୧,୫୦୦ଟଙ୍କା, ଗାଲାକ୍ସି ଅନ୍‌ ୭ ପ୍ରାଇମ ୩୨ଜିବି ଫୋନ୍‌ ମୂଲ୍ୟରେ ୨,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି।

ସମ୍ବନ୍ଧିତ ଖବର