‘ପିଏନ୍‌ବି’ର ୧୨୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କର ୧୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହିି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ଓ୍ଵାକାଥନ୍‌, ରକ୍ତଦାନ ଶିବିର, ଗ୍ରାହକ ସମ୍ମିଳନୀ ଆଦି ଆୟୋଜନ କରାଯାଇଥିଲା। ରକ୍ତଦାନ ଶିବିରକୁ ରେଡ୍‌କ୍ରସ ବ୍ଲଡ୍‌ ବ୍ୟାଙ୍କର ମୁଖ୍ୟ ଡି.ପି. ମିଶ୍ର ଓ ଡି. ପ୍ରକାଶ ରାଓ ଉଦ୍‌ଘାଟନ କରିଥିଲେ। ଶିବିରରୁ ୧୦୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ବ୍ୟାଙ୍କର ପୋଷ୍ୟ ଗ୍ରାମ ସୁବର୍ଣ୍ଣପୁରରେ ଛାତ୍ରୀମାନଙ୍କୁ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା। କରପଲ୍ଲୀ ଏମ୍‌ଇ ସ୍କୁଲରେ ସିଲିଂ ଫ୍ୟାନ୍‌ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଚାରା ଓ ମଞ୍ଜି ବଣ୍ଟନ କରାଯାଇଥିଲା। ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ୧୦୮ଟି ଶାଖାରେ ଗ୍ରାହକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟର ମଣ୍ଡଳ ମୁଖ୍ୟ ଜ୍ୟୋତି ରଞ୍ଜନ ରଥ ବ୍ୟାଙ୍କର ଇତିହାସକୁ ଦୋହରାଇବା ସହ ଏହାର ଶ୍ରେଷ୍ଠତା ବଜାୟ ରଖିବାକୁ ସମସ୍ତ କର୍ମଚାରୀମାନଙ୍କୁ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର