‘ପିସି ଚନ୍ଦ୍ର ଜୁଏଲର୍ସ’ ସୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଶ୍ରୀୟା ଛକର ନରୁଲା କମ୍ପ୍ଲେକ୍ସରେ ଥିବା ପିସି ଚନ୍ଦ୍ର ଜୁଏଲର୍ସର ସମ୍ପ୍ରସାରିତ ସୋ’ରୁମ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ୩୦୦୦ ବର୍ଗଫୁଟ ସ୍ଥାନରେ ବିକଶିତ କରାଯାଇଛି। ୨୦୧୦ରେ ଏହି ସୋ’ରୁମ୍‌କୁ ଖୋଲାଯାଇଥିଲା। ଗ୍ରାହକଙ୍କୁ ଅଭିନବ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ପାଇଁ କଂପାନି ସୋ’ରୁମ୍‌ର ସମ୍ପ୍ରସାରଣ କରି ତାହାକୁ ବଡ଼ ଆକାର ପ୍ରଦାନ କରିଛି। ଏଠାରେ ଗ୍ରାହକମାନେ ହୀରା ଗହଣା, ମୁଗ୍‌ଧା କଲେକ୍ସନ, ପୁରୁଷଙ୍କ ପାଇଁ ଗହଣା, ଗୋଲ୍‌ଡଲାଇଟସ୍‌ କଲେକ୍ସନ୍‌ ଓ ଆମାଜିଆ ୧୦ କ୍ୟାରେଟ୍‌ ସୁନା ଗହଣା କିଣିପାରିବେ। ଶିଶୁଙ୍କ ପାଇଁ ଏହା ଲିଟିଲ୍‌ ଜୁଏଲସ୍‌ ନାମକ କଲେକ୍ସନ ଆଣିଛି। ଏହି ସୋ’ରୁମ୍‌ ପାଇଁ ପିସି ଚନ୍ଦ୍ର ଜୁଏଲର୍ସ ପକ୍ଷରୁ ସ୍ୱତନ୍ତ୍ର ଅଫର୍‌ ଘୋଷଣା କରାଯାଇଛି। ଗ୍ରାହକମାନେ ୧୦ ଗ୍ରାମ ପିଛା ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୧୭୫୦ ଟଙ୍କାର ରିହାତି ଓ ହୀରା ଗହଣା ଓ ମୂଲ୍ୟବାନ ପଥର ଉପରେ ୮% ରିହାତି ପାଇପାରିବେ। ପ୍ରତି କିଣାକିଣି ଉପରେ ନିଶ୍ଚିତ ଉପହାର ରହିଛି। ଏହି ଅଫର ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଗା ଉପହାର ଭାବେ ପ୍ରତିଦିନ ଏକ ହୀରା ପେଣ୍ଟେଣ୍ଟ୍‌ ପ୍ରଦାନ କରାଯିବ। ଗ୍ରାଣ୍ଡ୍‌ ମେଗା ଉପହାର ଭାବେ ହୀରା ନେକ୍‌ଲେସ୍‌ ପ୍ରଦାନ କରାଯିବ ବୋଲି କଂପାନି ପକ୍ଷରୁ ଘୋଷଣା କରାଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ, ପିସି ଚନ୍ଦ୍ର ଜୁଏଲର୍ସର ମହାପ୍ରବନ୍ଧକ ଏସ୍‌ ଏସ୍‌ ଚାଟାର୍ଜୀ, ଅସିମ୍‌ ବାନାର୍ଜୀ ଓ ବରିଷ୍ଠ ଡିଜିଏମ୍‌ ଏନ୍‌ ସି ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର