୧୩ ଦିନ ଲଗାତାର କମିବା ପରେ ଆଜି ବଢିନାହିଁ ପେଟ୍ରୋଲ,ଡିଜେଲ ଦର : ଆଗକୁ ବଢିବା ଆଶଙ୍କା

ନୂଆଦିଲ୍ଲୀ : ଦୀର୍ଘ ୧୩ ଦିନ ଧରି ହ୍ରାସ ପାଇବା ପରେ ଭାରତୀୟ ବଜାରରେ ଆଜି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଏହାର କାରଣ ହେଉଛି । ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବିଗତ ପ୍ରାୟ ଏକ ମାସଧରି କମିବା ପରେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଆଜି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରଖିଛନ୍ତି । ଯଦି ଅନ୍ତର୍ଜାତୀୟ ବଜାରରେ ତେଲଦର ବୃଦ୍ଧି ଅବ୍ୟାହତ ରହେ ତେବେ ପୁଣି ଥରେ ଆମ ଦେଶରେ ଦର ବଢିବ ।
ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୯.୫୫ ଓ ଡିଜେଲ ଦର ଲିଟର ପିଛା ଟ.୭୩.୭୮ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୮.୪୦ ଓ ଡିଜେଲ ୭୯.୧୭ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ସମ୍ବନ୍ଧିତ ଖବର