କ୍ରମାଗତ ୧୧ଦିନ ପାଇଁ କମିଲା ତେଲଦର, ପେଟ୍ରୋଲ ୪୧ ପଇସା ଓ ଡିଜେଲ ୩୦ ପଇସା କମିଲା

ନୂଆଦିଲ୍ଲୀ : କ୍ରମାଗତ ୧୧ତମ ଦିନ ପାଇଁ ଦେଶରେ ତେଲଦର ହ୍ରାସ ପାଇଛି । କିନ୍ତୁ ଏହି ୧୧ ଦିନ ମଧ୍ୟ ଆଜି ସର୍ବାଧିକ ପରିମାଣର ତେଲଦର କମିଛି । ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ (ଆଇଓସିଏଲ) ପକ୍ଷରୁ ପେଟ୍ରୋଲ ୪୦ ପଇସା ଓ ଡିଜେଲ ୩୦ ପଇସା ହ୍ରାସ କରିଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୭ ଟଙ୍କା ୦୨ ପଇସା ଓ ଡିଜେଲ ଦର ୬୮ ଟଙ୍କା ୨୮ ପଇସାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୪ ଟଙ୍କା ୮୪ ପଇସା ଓ ଡିଜେଲ ୭୨ ଟଙ୍କା ୭୦ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ୮୪ ପଇସା ଓ ଡିଜେଲ ୭୨ ଟଙ୍କା ୭୦ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସାରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ତାପରଠାରୁ ନିୟମିତଭାବେ ତେଲଦର କମିଚାଲିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ ୭୬.୪୬ ଡଲାର ରହିଛି ।

ସମ୍ବନ୍ଧିତ ଖବର