ରିଲାଏନ୍‌ସ୍‌ ଜିଓର ନୂଅା ଅଫର : କ୍ୟାଡ୍‌ବରି ଡେଅରି ମିଲ୍‌କ୍‌ ଚକ୍‌ଲେଟ୍‌ କିଣି ପାଆନ୍ତୁ ୧ଜିବି ୪ଜି ଡାଟା ମାଗଣା

ମୁମ୍ବାଇ: ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ରିଲାଏନ୍‌ସ୍‌ ଜିଓ କ୍ୟାଡ୍‌ବରି ଡେଅରି ମିଲ୍‌କ୍‌ ଚକ୍‌ଲେଟ୍‌ରେ ଗ୍ରାହକମାନଙ୍କୁ ୧ଜିବି  ୪ଜି ଡାଟା ମାଗଣା ଅଫର୍‌  ଘୋଷଣା କରିଛି । ସବୁଠୁ କମ୍‌ ମୂଲ୍ୟ ଥିବା ୫ଟଙ୍କିଆ କ୍ୟାଡ୍‌ବରି ଡେଅରି ମିଲ୍‌କ୍‌ ଚକ୍‌ଲେଟ୍‌ରେ ମଧ୍ୟ ଏହି ଅଫର୍‌ ମିଳୁଛି। ଏହା ସହ ଡେଅରି ମିଲ୍‌କ୍‌ କ୍ରାକ୍‌ଲ୍‌, ଡେଅରି ମିଲ୍‌କ୍‌ ରୋଷ୍ଟ୍‍ ଆଲ୍‌ମଣ୍ଡ୍‌, ଡେଅରି ମିଲ୍‌କ୍‌ ଫ୍ରୁଟ୍‌ ଆଣ୍ଡ୍‌ ନଟ୍‌ କିଂବା ଡେଅରି ମିଲ୍‌କ୍‌ ଲିକେବ୍‌ଲ୍‌ସ୍‌ରେ ମଧ୍ୟ ଏହି ଅଫର୍‌ ମିଳୁଛି। ଗ୍ରାହକମାନଙ୍କୁ ଡେଅରି ମିଲ୍‌କ୍‌ର ଏସବୁ ଉତ୍ପାଦଗୁଡ଼ିକର ରାପର୍‌ ଦେଖାଇବାକୁ ପଡ଼ିବ।

ଡେଅରି ମିଲ୍‌କ୍‌ର ୫, ୧୦, ୨୦, ୪୦ ଓ ୧୦୦ ଟଙ୍କିଆ ଚକ୍‌ଲେଟ୍‌ଗୁଡ଼ିକରେ ଏହି ଅଫର୍‌ ମିଳୁଛି। ୪୦ ଟଙ୍କିଆ ଡେଅରି ମିଲ୍‌କ୍‌ କ୍ରାକ୍‌ଲ୍‌, ୪୦ ଟଙ୍କିଆ ଡେଅରି ମିଲ୍‌କ୍‌ ରୋଷ୍ଟେଡ୍‌ ଆଲ୍‌ମଣ୍ଡ୍‌, ୪୦ କିଂବା ୮୦ ଟଙ୍କିଆ ଡେଅରି ମିଲ୍‌କ୍‌ ଫ୍ରୁଟ୍‌ ଆଣ୍ଡ୍‌ ନଟ୍‌ ଓ ୩୫ ଟଙ୍କିଆ ଡେଅରି ମିଲ୍‌କ୍‌ ଲିକେବ୍‌ଲ୍‌ରେ ମଧ୍ୟ ଏହି ଅଫର୍‌ ମିଳୁଛି।

ଗ୍ରାହକମାନଙ୍କୁ ଡାଟା ଦେବା ଛଡ଼ା, ରିଲାଏନ୍‌ସ୍‌ ଜିଓ ଅନ୍ୟ ଯେ କୌଣସି ଜିଓ ଗ୍ରାହକଙ୍କ ନିକଟକୁ ମାଗଣା ଡାଟା ଟ୍ରାନ୍‌ସ୍‌ଫର୍‌ କରିବାର ଉପାୟ ମଧ୍ୟ ଅଫର୍‌ କରୁଛି। ସେପ୍ଟେମ୍ବର ୩୦ ଯାଏଁ ଏହି ଅଫର୍‌ କାଏମ୍‌ ରହିବ। ଫ୍ରି ଡାଟା ପାଇବାକୁ ହେଲେ ସ୍ମାର୍ଟ ଫୋନ୍‌ରେ MyJio app ଥିବା ଆବଶ୍ୟକ।

 

ସମ୍ବନ୍ଧିତ ଖବର