ଏସବିଆଇ ଦେଉଛି ଶସ୍ତାରେ ଘର କିଣିବାର ସୁଯୋଗ, ଏମିତି କରିବେ ଆବେଦନ

ମୁମ୍ବାଇ: ଯଦି ଆପଣ ଶସ୍ତାରେ ଘର କିମ୍ବା ଦୋକାନ ଗୃହ କିଣିବାକୁ ଚାହୁଁଛନ୍ତି ତେବେ ଏସବିଆଇ ବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ବଡ ସୁଯୋଗ ଆଣିଦେଇଛି | ଏସବିଆଇ ବେଳେବେଳେ ଆବାସିକ ଘର ଓ ବାଣିଜ୍ୟିକ ସମ୍ପତ୍ତିର ନିଲାମ କରିଥାଏ | ଯେଉଁମାନେ ବ୍ୟାଙ୍କରୁ ଋଣ ନେଇ ଠିକ ସମୟରେ ପରିଶୋଧ କରିନଥାନ୍ତି, ସେମାନଙ୍କ ଘରକୁ ବ୍ୟାଙ୍କ ଜବତ କରି ପରେ ନିଲାମ ଜରିଆରେ ବିକ୍ରି କରିଥାଏ | ଏହି ବିକ୍ରି ଲବ୍ଧ ଅର୍ଥରୁ ଋଣକୁ ପରିଶୋଧ କରାଯାଇଥାଏ | ଠିକ ସେମିତି ଆସନ୍ତା ଫେବୃୟାରୀ ୨୬ ତାରିଖରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଋଣ ଶୁଝାଯାଇନଥିବା କିଛି ଘରକୁ ନିଲାମ କରିବାକୁ ଯାଉଛି |

ସାରା ଦେଶରେ ନିଲାମ ହେବାକୁ ଥିବାବେଳେ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଥିଲେ ପ୍ରଥମେ ଅନଲାଇନ ଆବେଦନ କରିବାକୁ ପଡିବ | ଷ୍ଟେଟ ବ୍ୟାଙ୍କର ୱେବସାଇଟକୁ ଯାଇ ଅକ୍ସନ ନୋଟିସରେ ଆପଣଙ୍କୁ ନିଜ ନାମ ପଞ୍ଜିକରଣ କରିବାକୁ ପଡିବ | ଏଠାରେ ଡିଜିଟାଲ ହସ୍ତାକ୍ଷର ସହ କେୱାଇସି ଡକ୍ୟୁମେଣ୍ଟ ମଧ୍ୟ ଦେବାକୁ ପଡିବ | ନିମ୍ନରେ ଆପଣ ଆବେଦନ କରିପାରିବେ |


ଏଠାରେ ସୂଚନା ଥାଉ କି ଏସବିଆଇ କୋର୍ଟଙ୍କ ଆଦେଶ ପାଇବା ପରେ ଏହି ସମ୍ପତ୍ତି ସବୁ ନିଲାମ କରିବାର ନିଷ୍ପତ୍ତି ନେଇଛି | ଅର୍ଥାତ ଏହି ସବୁ ସମ୍ପତ୍ତିର ବୈଧତା ଓ ମାଲିକାନାକୁ ନେଇ ଆପଣଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ | ଏହି ସବୁ ସମ୍ପତ୍ତି ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀଠାରୁ ନେଇ ଓଡ଼ିଶାରେ ବି ରହିଛି | ଅର୍ଥନୀତି ବିଶେଷଜ୍ଞଙ୍କ କହିବା ମୁତାବକ ବଜାର ଦରଠାରୁ ଏହି ଘରଗୁଡିକର ମୂଲ୍ୟ ଅପେକ୍ଷାକୃତ କମ ରହିବ |

ସମ୍ବନ୍ଧିତ ଖବର