ବର୍ଷକରେ ଲକ୍ଷେ ଟ୍ରାକ୍ଟର ବିକିଲା ‘ସୋନାଲିକା’

ଭୁବନେଶ୍ୱର: ସୋନାଲିକା ଇଣ୍ଟରନ୍ୟାସନାଲ୍‌ ଟ୍ରାକ୍ଟର୍ସ ଲିମିଟେଡ୍‌ (ଆଇଟିଏଲ୍‌) ବର୍ଷକ ଭିତରେ ଏକ ଲକ୍ଷ ଟ୍ରାକ୍ଟର ବିକ୍ରିର ରେକର୍ଡ କରିଛି। ବିକ୍ରି କ୍ଷେତ୍ରରେ କଂପାନି ୨୨% ବୃଦ୍ଧି ହାସଲ କରିଛି। ୨୦୧୭-୧୮ରେ କଂପାନି ଏତେ ସଂଖ୍ୟା ଟ୍ରାକ୍ଟର ବିକ୍ରି କରିଛି। ବର୍ଷର ଶେଷ ତିନି ମାସରେ ସୋନାଲିକା ୫୬% ଭଳି ଅଭିବୃଦ୍ଧି ହାସଲ କରିଥିଲା। ଚଳିତ ବର୍ଷ ମାର୍ଚରେ କଂପାନି ୮୦% ଅଭିବୃଦ୍ଧି ସହିତ ମୋଟ ୧୨,୭୯୧ଟି ଟ୍ରାକ୍ଟର ବିକ୍ରି କରିଥିଲା। ଏହି ସଫଳତା ବିଷୟରେ କଂପାନିର ଇଡି ରମଣ ମିତ୍ତଲ କହିଛନ୍ତି ଯେ, ୨୦୧୨-୧୩ରେ ଯେତେବେଳେ ଆମେ ୫୦,୮୫୩ଟି ଟ୍ରାକ୍ଟର ବିକ୍ରି କରିଥିଲୁ ସେତେବେଳେ ଆମେ ଏକ ଲକ୍ଷ ଟ୍ରାକ୍ଟର ବିକ୍ରି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ।

ସମ୍ବନ୍ଧିତ ଖବର