ଟାଟା ଷ୍ଟିଲର ରେକର୍ଡ ଉତ୍ପାଦନ ଓ ବିକ୍ରି

ମୁମ୍ବାଇ : ଟାଟା ଷ୍ଟିଲ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ଓ ଏହି ବର୍ଷର ୪ର୍ଥ ତ୍ରୟମାସର ଉତ୍ପାଦନ ଓ ବିକ୍ରି ଫଳାଫଳ ଘୋଷଣା କରାଯାଇଛି । ଟାଟା ଷ୍ଟିଲର ଜାମସେଦପୁର ପ୍ଲାଣ୍ଟ ବ୍ଲାଷ୍ଟ ଫର୍ଣ୍ଣେସରେ ୨୦୧୮ ଆର୍ଥିକ ବର୍ଷରେ ୧୦.୯୫ ନିୟୁତ ଉତ୍ତପ୍ତ ଧାତୁ ଉତ୍ପାଦନ କରାଯାଇଛି ଯାହା ୨୦୧୭ ଆର୍ଥିକ ବର୍ଷରେ ୧୦.୮୩ନିୟୁତ ଟନ୍‌ ଥିଲା । ସେହିପରି ୨୦୧୮ରେ ବ୍ରିକିଯୋଗ୍ୟ ଇସ୍ପାତ ଉତ୍ପାଦନ ପରିମାଣ ୯.୭୮ ନିୟୁତ ଟନ୍‌ ରହିଥିବାବେଳେ ପୂର୍ବ ଆର୍ଥିକ ବର୍ଷରେ ଏହି ପରିମାଣ ୯.୭୦ ନିୟୁତ ଟନ୍‌ ଥିଲା ।

୨୦୧୮ ଆର୍ଥିକ ବର୍ଷରେ ବଜାର ଅଭିବୃଦ୍ଧି ବିଯୁକ୍ତ ୫% ରହିଥିବାବେଳେ ଟାଟା ଷ୍ଟିଲର ବାର୍ଷିକ ବିକ୍ରି ୧୨.୧୩ ନିୟୁତ ଟନ୍‌ ହୋଇ ଏକ୍ଷେତ୍ରରେ ଅଭିବୃଦ୍ଧି ୧୧% ରହିଛି । ଦୁଇ ଚକିଆ ଓ ତିନି ଚକିଆ ଯାନ ବିକ୍ରି କ୍ଷେତ୍ରରେ ଶିଳ୍ପ ଅଭିବୃଦ୍ଧି ୧୪% ରହିଥିବାବେଳେ ଟାଟା ମୋଟର୍ସର ବିକ୍ରି ଅଭିବୃଦ୍ଧି ୨୧% ରହିଛି । ବ୍ରାଣ୍ଡେଡ଼ ଉତ୍ପାଦ ଓ ଖୁଚୁରା କ୍ଷେତ୍ରରେ ଅଭିବୃଦ୍ଧି ୯% ରହିଛି । ନିର୍ମାଣ ବ୍ୟବସାୟ ଓ ଶିଳ୍ପ ଉତ୍ପାଦରେ ଇଂଜିନିୟରିଂ ବିଭାଗରେ ଦ୍ୱିଗୁଣ ଅଭିବୃଦ୍ଧି ଘଟିଛି । ପ୍ରଥମ ଥର ପାଇଁ ଟିଏସ୍‌ଏଲର ବାର୍ଷିକ ରପ୍ତାନୀ ୧ ନିୟୁତ ଟନ୍‌କୁ ଅତିକ୍ରମ କରିଛି ।

୨୦୧୮ ଚତୁର୍ଥ ତ୍ରୟମାସରେ କଂପାନୀର ଉତ୍ପାଦନ ପରିମାଣ ୩.୦୨ ନିୟୁତ ଟନ୍‌ ରହିଥିବାବେଳେ ବିକ୍ରି ପରିମାଣ ୩ ନିୟୁତ ଟନ୍‌ ରହିଛି ଯାହା ଗତବର୍ଷ ଏହି ସମୟରେ ଯଥାକ୍ରମେ ୩.୧୩ ଓ ୩.୨ ନିୟୁତ ଟନ୍‌ ଥିଲା । ତେବେ ଚଳିତ ବର୍ଷର ବିବରଣୀ ଅଦ୍ୟାବଧି ସଂପୂର୍ଣ୍ଣ ନୁହେଁ । ସେହିପରି ୨୦୧୮ ଆର୍ଥିକ ବର୍ଷରେ ଉତ୍ପାଦନ ପରିମାଣ ୧୨.୨୬ ନିୟୁତ ଟନ୍‌ ହୋଇଥିବାବେଳ ବିକ୍ରି ପରିମାଣ ୧୨.୧୩ ନିୟୁତ ଟନ୍‌ ରହିଛି ଯାହା ଗତ ଆର୍ଥିକ ବର୍ଷର ଏହି ସମୟରେ ଯଥାକ୍ରମେ ୧୧.୩୫ ଓ ୧୦.୯୭ ନିୟୁତ ଟନ୍‌ ଥିଲା ।

ସମ୍ବନ୍ଧିତ ଖବର