ଏଣିକି ତତ୍‌କାଳ ଟିକେଟ୍‌ କରିଥିବା ଯାତ୍ରୀ ପାଇବେ ଶତ ପ୍ରତିଶତ ଫେରସ୍ତ

ମୁମ୍ବାଇ: ଭାରତୀୟ ରେଳବାଇ, ଯାତ୍ରୀଙ୍କ ସୁବିଧା ପାଇଁ ନିୟମିତ ବ୍ୟବଧାନରେ କିଛି କିଛି ପଦକ୍ଷେପ ନେଉଛି। ତେବେ ନିକଟରେ ରେଳଯାତ୍ରୀଙ୍କ ପାଇଁ ଏପରି ଏକ ଘୋଷଣା ହୋଇଛି, ଯାହାର ଲାଭ ଉଠାଇପାରିବେ ଅନେକ ଯାତ୍ରୀ। ରେଳ ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ତତ୍କାଳ ରେଳବାଇ ଟିକେଟରେ ମଧ୍ୟ ପୂରା ଟଙ୍କା ଫେରସ୍ତ ମିଳିବ। ରେଳବାଇ ୫ଟି ସର୍ତ୍ତରେ ତତ୍କାଳ ଟିକେଟ ଉପରେ ଶତ ପ୍ରତିଶତ ରିଫଣ୍ଡ ଦେବା ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ କାଉଁଟର ଓ ଇ-ଟିକେଟ୍‌ ଉଭୟରେ ତତ୍କାଳ ଟିକେଟ୍‌ ଉପରେ ଟଙ୍କା ଫେରସ୍ତ ମିଳୁଛି। ନୂଆ ନିୟମ ଅନୁସାରେ ଟ୍ରେନର ପ୍ରାରମ୍ଭିକ ଷ୍ଟେସନରେ ୩ ଘଂଟା ବିଳମ୍ବରେ ଆସିଲେ, ମାର୍ଗ ପରିବର୍ତ୍ତନ ହେଲେ, କୋଚ୍‌ ଡ୍ୟାମେଜ ହେଲେ, ବୁକ୍‌ ହୋଇଥିବା ଟିକେଟର ଶ୍ରେଣୀରେ ଯାତ୍ରା ସୁବିଧା ନମିଳିଲେ ଯାତ୍ରୀ ଶତ ପ୍ରତଶତ ରିଫଣ୍ଡ ପାଇପାରିବେ।

କେବଳ ଏତିକି ନୁହେଁ ଯାତ୍ରୀଙ୍କୁ ନିମ୍ନ ଶ୍ରେଣୀରେ ଯାତ୍ରା କରୁଥିବା ସୁବିଧା ଉପଲବ୍ଧ କରାଇଲେ ରେଳବାଇ ତତ୍କାଳ ଚାର୍ଜ ମଧ୍ୟ ଫେରାଇ ନେବ। ଏହାବ୍ୟତୀତ ୫ଟି ସର୍ତ୍ତ ଆଧାରରେ ତତ୍କାଳ ଟିକେଟରୁ ମଧ୍ୟ ଶତ ପ୍ରତିଶତ ଟଙ୍କା ଫେରସ୍ତ ପାଇବାର ନିୟମ ହୋଇଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ରେଳବାଇର ସୁରକ୍ଷା ପାଇଁ କଡ଼ା ନିୟମ ପ୍ରଣୟନ ହୋଇଥିଲା। ରେଳବାଇର ବରିଷ୍ଠ ଅଧିକାରୀ ଚାଲୁଥିବା ସୁରକ୍ଷା କାର୍ଯ୍ୟ ଠିକରେ ହେଉଛି ନାଁ ନାହିଁ ସେଥିପାଇଁ ଦୁଇ ଦିନ ପାଇଁ ଶିବିରରେ ରହିବେ ବୋଲି କର୍ତ୍ତପକ୍ଷ ନିର୍ଦ୍ଦେଶ ଦେଇଥିଲେ। ରେଳବାଇ ସୁରକ୍ଷା ସଂପର୍କିତ କାରବାର ଯେପରି ଟ୍ରାକ ନବୀକରଣ, ପ୍ଲାଟଫର୍ମ ର୍ନିମାଣ ଓ ଟ୍ରାକ ରକ୍ଷଣାବେକ୍ଷଣ ପରି କାର୍ଯ୍ୟର ସଂଚଳାନ କରିବା ପାଇଁ ନିୟମ ହୋଇଥିଲା।

ସମ୍ବନ୍ଧିତ ଖବର