ନୂଆଦିଲ୍ଲୀ: ଗତ ୫ ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ନିଜର ଶ୍ରେଷ୍ଠ ସୁରକ୍ଷା ରିପୋର୍ଟ ପ୍ରକାଶ କରିଛି। ୨୦୧୭ ମସିହା ସେପ୍ଟେମ୍ବରରୁ ୨୦୧୮ ମସିହା ଅଗଷ୍ଟ ମଧ୍ୟରେ ସମୁଦାୟ ୭୫ ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ମାତ୍ର ୪୦। ଯଦିଓ ୨୦୧୬ ସେପ୍ଟେମ୍ବରରୁ ୨୦୧୭ ଅଗଷ୍ଟ ମଧ୍ୟରେ ସମୁଦାୟ ୮୦ ଦୁର୍ଘଟଣା ହୋଇଥିବା ବେଳେ ୨୪୯ ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ଭଳି ଭାବେ ଦେଖିବାକୁ ଗଲେ ରେଳ ଦୁର୍ଘଟଣାରେ ଗତ ୫ ବର୍ଷ ତଳନାରେ ଚଳିବବର୍ଷ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ସୂଚନା ରହିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୧୬ରୁ ୨୦୧୭ ମଧ୍ୟରେ ଇନ୍ଦୋର୍-ପାଟ୍ନା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ୍ ହୋଇ ଯେଉଁ ଦୁର୍ଘଟଣା ଘଟିଥିଲା, ସେହିଥିରେ ହିଁ କେବଳ ୧୫୦ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୭ ରୁ ୨୦୧୮ ମଧ୍ୟରେ ଦୁଇଟି ବଡ଼ ରେଳ ଦୁର୍ଘଟଣା ହେଉଛି ୨୦୧୭ ଅଗଷ୍ଟ ମାସରେ ଉତ୍କଳ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ୍ ହେବା, ଯେଉଁଥିରେ କି ପ୍ରାୟ ୨୦ ଜଣଙ୍କ ପ୍ରାଣ ଯାଇଥିଲା। ସେହିପରି ଅନ୍ୟତମ ବଡ଼ ଦୁର୍ଘଟଣା ହେଉଛି ଉତ୍ତରପ୍ରଦେଶରେ ସ୍କୁଲ୍ ଭ୍ୟାନ୍ ଭିତରେ ରେଳ ଡବା ପଶିଯାଇ ୧୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିବା। ୨୦୧୩ରୁ ୨୦୧୪ ଏବଂ ୨୦୧୭ରୁ ୨୦୧୮ ମଧ୍ୟରେ ତୁଳନା କଲେ ରେଳ ଦୁର୍ଘଟଣାରେ ପ୍ରାୟ ୯୩ ପ୍ରତିଶତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଜାଣିବାକୁ ମିଳିଛି।