ବଜାରକୁ ଆସିଲା ୟାମାହାର ତିନି ଚକିଆ ବାଇକ, ୟାମାହା ନିକେନ୍‌

ନୂଆଦିଲ୍ଳୀ: ଜାପାନୀ ଅଟୋମୋବାଇଲ୍‌ କମ୍ପାନି ୟାମାହା ଦୃତଗାମୀ ବାଇକ ତିଆରି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନି ସବୁବେଲେ ନୂଆ ଧରଣର ଏବଂ ଅତ୍ୟାଧୁନିକ ଟେକ୍ନାଲୋଜିର ବାଇକ ନିର୍ମାଣ ପାଇଁ ପରୀକ୍ଷାନିରୀକ୍ଷା ଜାରି ରଖିଥାଏ । ଏବେ ୟାମାହା ବଜାରକୁ ଏକ ନୂଆ ବାଇକ ଆଣିଛି, ଯାହା ଅନ୍ୟ ବାଇକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏହି ବାଇକରେ ତିନୋଟି ଚକା ଅଛି। ସବୁଠୁ ଆଶ୍ଚଯ୍ୟର୍ର କଥା ହେଲା ବାଇକର ଆଗପଟେ ଦୁଇଟି ଚକା ଥିବା ବେଳେ ପଛରେ ଗୋଟିଏ ଚକା ଅଛି । କମ୍ପାନି ଏହି ବାଇକକୁ ୟୁକେ ବଜାରରେ ପ୍ରବେଶ କରାଇଛି। ଏହାର ମୂଲ୍ୟ ରହିଛି ୧୩,୪୯୯ ପାଉଣ୍ଡ, ଭାରତୀୟ ମୁଦ୍ରାରେ ପାଖାପାଖି ୧୨ ଲକ୍ଷ ୩୯ ହଜାର ଟଙ୍କା ହେବ । ବ୍ରିଟେନ ଗ୍ରାହକମାନେ ଏହି ବାଇକକୁ ଅନଲାଇନରେ ବୁକିଂ କରିପାରିବେ । ଏହାପରେ ଗ୍ରାହକଙ୍କ ପାଖକୁ କମ୍ପାନି ପକ୍ଷରୁ ଏକ ଇମେଲ୍‌ ଆସିବ ଯେଉଁଥିରେ ବାଇକର ସମ୍ପୂର୍ଣ୍ଣ ବିବରଣୀ ଲେଖାଥିବ । ଇମେଲ୍‌ ପାଇବାପରେ ଗ୍ରାହକଙ୍କୁ ୧୪ ଦିନ ଭିତରେ ୟାମାହା ଡିଲର ପାଖକୁ ଯାଇ ବାଇକ କିଣିବାର ପ୍ରକ୍ରିୟା ପୂରା କରିବାକୁ ପଡିବ । ଏହା ପରେ ଗ୍ରାହକ ଏହି ବାଇକକୁ କିଣି ପାରିବେ ।

Motorcycle-Magazine

ୟାମାହା ଏମ୍‌ଟି-୯ ମଡେଲକୁ ଆଧାର କରି ୟାମାହା ନିକେନ ତିଆରି କରିଛିି ବୋଲି କୁହାଯାଉଛି । ଏହି ବାଇକର ଇଞ୍ଜିନ ୮୪୭ ସିସି ଥିବା ବେଳେ ୧୦,୦୦୦ ଆରପିଏମ୍‌ରେ ୧୧୪ ବିଏଚ୍‌ପି ପାଓ୍ଵାର ଓ ୮,୫୦୦ ଆରପିଏମ୍‌ରେ ୮୭.୫ ଏନ୍‌ଏମ୍‌ ଷ୍ଟ୍ରୋକ୍‌ ତିଆରି କରିବାର କ୍ଷମତା ରଖିଛି ଏହି ବାଇକ । ଏମ୍‌ଟି-୯ ବାଇକର ଓଜନ ୧୯୩ କିଲୋଗ୍ରାମ ଥିବା ବେଲେ ନିକେନର ଓଜନ ୨୬୩ କିଲୋଗ୍ରାମ ରହିଛି ।

ସମ୍ବନ୍ଧିତ ଖବର